ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି | ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ପହିଲି ଭୋଗ ନୀତି |ଆଜି ମହାପ୍ରଭୁଙ୍କ ପାଖରେ ଲାଗି ହେବ ପିଠା ଓ ଧନୁ ମୁଆଁ | ଶ୍ରୀମନ୍ଦିରର ପ୍ରସାଶନର ନିଷ୍ପତି ଅନୁଯାୟୀ ରାତ୍ର ୨ଟାରୁ ଶ୍ରୀମନ୍ଦିର ଦ୍ୱାରା ଫିଟା ନୀତିରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହ ଅନ୍ୟାନ ନୀତି କାନ୍ତି ବଢି ୫ ଟା ୩୦ ରୁ ୬ ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହେବ |
ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି | ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ |
ପହିଲି ଭୋଗ ହେଉଛି ମହା ପ୍ରଭୁଙ୍କ ଆଦ୍ୟ ଭୋଗ | ଯାହା କି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ |
ବିରି ଓ ଗହମରେ ପ୍ରସ୍ତୁତ ୨୩ ପ୍ରକାରର ପିଠାପଣା ଶ୍ରୀଜୀଉଙ୍କ ପାଖରେ ଭୋଗ ଲାଗି କରାଯାଇଥାଏ | ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥାଏ |