ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ ବଡ ଘୋଷଣା କରାଯାଇଛି । ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ ନଚେତ୍ ରାସନ କାର୍ଡରୁ ଆପଣଙ୍କ ନାଁ କାଟି ଦିଆଯିବ । ମାଗଣାରେ ଚାଉଳ ଏବଂ ଗହମ ଆଉ ଆପଣ ପାଇବେନି । କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଇ ନେବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ ।
ବାସ୍ତବରେ ରାସନ କାର୍ଡ ଧାରକ ତୁରନ୍ତ E-KYC କରାଇବାକୁ ପଡିବ । ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯଦି E-KYC କରା ନ ଯାଏ ତେବେ ରାସନ କାର୍ଡରୁ ନାଁ କାଟିଦିଆଯିବ । ଯାହା ଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନକାର୍ଡ ଧାରୀ ଏବଂ ଧନୀକ ଶ୍ରେଣୀର ଲୋକେ ରାସନ କାର୍ଡ ହାତେଇଥିଲେ ତାହା କାଟିଦିଆଯିବ । ଯେଉଁମାନେ EKYC କରିନଥିବେ ସେମାନଙ୍କ ରାସନ କାର୍ଡ ଆସନ୍ତା ନୂଆ ବର୍ଷ ବା ଜାନୁଆରୀ ୧ ତାରିଖରୁ କାଟିଦିଆଯିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ପୂର୍ବରୁ ଡିସେମ୍ବର ୧ରୁ ରାସନ କାର୍ଡ କଟାଯିବା ନେଇ ସରକାର ଆଡଭାଇଜରି ଜାରି କରିଥିଲେ । ତେବେ ଡିସେମ୍ବର ୩୧ ତାରିଖକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ରାସନ କାର୍ଡ E-KYC କରିଥିବେ ସେମାନଙ୍କୁ ରାସନ ମିଳିବା ଜାରି ରହିବ । ଆଉ ଯେଉଁମାନେ କରିନଥିବେ ସେମାନଙ୍କର କାର୍ଡ କାଟିଦେବେ ସରକାର । ରାସନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କର E- KYC ବାଧ୍ୟତାମୂକଳ ଥିବାରୁ ଏଭଳି ଘୋଷଣା କରାଯାଇଛି ।
ରାସନ କାର୍ଡରେ E-Kyc କରିବା ବାଧ୍ୟତା ମୂଳକ ହୋଇଥିବା ବେଳେ ତାହାକୁ ଅନେକ ଅଣଦେଖା କରିଦିଅନ୍ତି । ଯାହା ଫଳରେ ସରକାରୀ ସୁବିଧା ମିଳିବା ବନ୍ଦ ହୋଇଯାଏ । ରାସନରେ ମିଳୁଥିବା ସାମଗ୍ରୀ ଯେପରିକି ଚାଉଳ, ଗହମ ଆଦି ବନ୍ଦ କରିଦିଆଯାଏ । ଯଦି ରାସନ କାର୍ଡ ଧାରକ ଏବଂ ଏଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ନାଁ ଯଥା ପ୍ରତ୍ୟେକ ସଦସ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ E-KYC ନକରନ୍ତି, ତେବେ ସେମାନେ ମାଗଣା ଚାଉଳ କିମ୍ବା ଗହମ ପାଇବେ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନିଜ କାର୍ଡର E Kyc କରିପାରିବେ । ଯାହା ଫଳରେ ଆଉ ରାସନ କାର୍ଡ କଟିବାର ଭୟ ରହିବ ନାହିଁ । ତେବେ କାହିଁକି ରାସନ କାର୍ଡରେ E-KYC ବାଧ୍ୟତାମୂଳକ ? ରାସନ କାର୍ଡରେ E-KYC କରିବାର କାରଣ ହେଉଛି ଯେଉଁମାନେ ରାସନ କାର୍ଡ ସୁବିଧା ପାଇବାକୁ ଯୋଗ୍ୟ ନୁହଁନ୍ତି କିମ୍ବା ଯେଉଁମାନଙ୍କର ଏକରୁ ଅଧିକ ରାସନ କାର୍ଡ ଅଛି କିମ୍ବା ଜୀବିତ ନାହାନ୍ତି ତଥାପି କାର୍ଡରେ ନାଁ ଅଛି ସେମାନଙ୍କୁ ବାହାର କରିବା । ରାସନ କାର୍ଡ EKYC ସମୟରେ, ନାଁ ଯୋଡିବା କିମ୍ବା ନାଁ କାଟିବା ତଥା ସଂଶୋଧନ କରିବା ଭଳି କାର୍ଯ୍ୟ କରିହେବ । ଫଳରେ ରାସନ ମିଳିବା ସମୟରେ କୌଣସି ସମସ୍ୟା ରହିବ ନାହିଁ ।