ପ୍ରାଚୀନ କାଳରେ ଘର ତିଆରି କରିବା ପାଇଁ ବାସ୍ତୁ ଶାସ୍ତ୍ର ସହ ଜ୍ୟୋତିଷ ଶାସ୍ତ୍ର ବିଚାରକୁ ନେଇ ଘର ତିଆରି କରାଯାଉଥିଲା। ଏବେବି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ତିଆରି ହେଉଛି। ଯଦି ଆମେ ଦେଖିବା କିଛି ବର୍ଷ ପୂର୍ବରୁ ଯେମିତି ବାସ୍ତକୁ ମାନି ଘର ତିଆରି ହେଉଥିଲା, ସେଭଳି ନହେଲେ ମଧ୍ୟ କିଛି ମାତ୍ରାରେ ଏବେବି ଲୋକେ ମାନୁଛନ୍ତି। ଆପଣ ନିଶ୍ଚିନ୍ତ ଭାବେ ଦେଖିଥିବେ ଅନେକ ଲୋକଙ୍କ ଘରେ ତାଜା ଥିବ। ଯାହା ଘର ଭିତରେ ଏବଂ ବାହାରେ ଥାଏ।
ଆଗରୁ ବିଶ୍ବାସ କରାଯାଉଥିଲା, ଘର ଭିତରେ ମଧ୍ୟ ତାଜା ରହିବା ଉଚିତ। ଯେହେତୁ ଆମେ ଆଧୁନିକ ଯୁଗରେ ଆସି ପହଞ୍ଚିଲେଣି ସେଥିପାଇଁ ଘର ଭିତରେ ତାଜା କରିବାକୁ କେହି ପସନ୍ଦ କରୁନାହାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଘର ଭିତରେ ଏବଂ ବାହାରେ ତାଜା ରହିବାର ଅନେକ ଲାଭ ଏବଂ କାରଣ ମଧ୍ୟ ରହିଛି।
ପୂର୍ବରୁ, ଗୋଟେ ଘର ତିଆରି କରିବା ସମୟରେ ନୂଆ ଘରେ ଯେପରି କୌଣସି ଦୋଷ-ତ୍ରୁଟି ନରୁହେ, ସେଥିପାଇଁ ଘରର ପ୍ରତ୍ୟେକ ସ୍ଥାନର କୋଣରେ ନବଗ୍ରହଙ୍କ ପ୍ରଭାବକୁ ବିଚାର କରାଯାଉଥିଲା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘର ଉପରେ ରାହୁ, କେତୁଙ୍କ ଦୃଷ୍ଟିକୁ ସବୁଠୁ ଖରାପ କୁହାଯାଏ। ଯେପରିକି ଘର ତିଆରି ସମୟରେ ବାଥରୁମ୍, ଛାତ , ଠାକୁର ଘର କେଉଁଠି କେଉଁ ଦିଗରେ କରାଯିବ ସେଥିପ୍ରତି ଧ୍ୟାନ ଦିଆଯାଏ। ସେହିଭଳି ଘର ଭିତରେ ଥିବା ତାଜା ଶନିଙ୍କୁ ପ୍ରତିନିଧିତ୍ବ କରେ। ଘରେ ତାଜା ତିଆରି କଲେ ଶନୀଙ୍କ କ୍ରୋଧକୁ କମାଏ। ଆଗରୁ ଅର୍ଥାତ ପୁରାତନ କାଳରେ ଘର ଭିତରେ ତାଜା ତିଆରି କରିବାକୁ ଗୁରୁତ୍ବ ଦିଆଯାଉଥିଲା। ସେମାନେ ଘର ଭିତରେ ତାଜା କରନ୍ତି, ସେମାନଙ୍କ ବିଶ୍ବାସ ଯେ, ଏହା ଶନିଙ୍କ କ୍ରୋଧକୁ ଶାନ୍ତ କରିପାରେ, ଘରରେ ଶାନ୍ତି ବଜାୟ ରଖେ। ସେଥିପାଇଁ ସେମାନେ ଘର କରିବା ସମୟରେ ତାଜା ତିଆରି କରିବା ଉପରେ ଗୁରୁତ୍ବ ଦିଅନ୍ତି।