ଏରସମା,ଆଞ୍ଚଳିକ ପୂଜ୍ୟପୂଜା ଚାରିଟେବୁଲ ଟ୍ରଷ୍ଟ ଏରସମା ପକ୍ଷରୁ ବାର୍ଷିକ ଉତ୍ସବ ଓ ଡ଼ା.ଦାମୋଦର ରାଉତଙ୍କ ୮୪ତମ ଜୟନ୍ତୀ ମହା ସମାରୋହରେ ଏରସମା ଜଗନ୍ନାଥ ମନ୍ଦିର ପରିସରରେ ଶନିବାର ପୂର୍ବାହ୍ନ ୧୧ଟା ରେ ଅନୁଷ୍ଠିତ ହୋଇ ଯାଇଛି। ଦୀର୍ଘ ୭ବର୍ଷ ନିରବିଛିନ୍ନ ଭାବେ ସମାଜରେ ପୂଜ୍ୟପୂଜାଙ୍କୁ ସମ୍ମାନ ଜଣାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ କରି ଆସୁଛି। ଶନିବାର ଉତ୍ସବରେ ସ୍ଥାନୀୟ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି,ଉଦଘାଟକ ଶିକ୍ଷାତ୍ ବସନ୍ତ କୁମାର ଦାସ, ସଭାପତି ପଣ୍ଡିତ ନାଗୁଚରଣ ଦେବତା,ସମ୍ପାଦକ ମହେଶ୍ଵର ସ୍ୱାଇଁ, ଅନୁଷ୍ଠାନର ମୁଖ୍ୟ ଯଜାତି କିଶୋର ସାମନ୍ତରାୟଙ୍କ ଉଦ୍ୟମରେ ଉତ୍ସବ ସଫଳ ହୋଇଥିଲା। ଏହି ଉତ୍ସବରେ ପ୍ରଥମେ କ୍ଷୀରୋଦ ଚନ୍ଦ୍ର ସେଠୀ ଓ ଦୀପ୍ତିରଞ୍ଜନ ଖଣ୍ଡୁଆଳଙ୍କ ସଂଯୋଜନାରେ କବିତା ଆସର ଓ ପରେ ପରେ ଆଲୋଚନା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦାମବାବୁ ଏରସମାର ଜଣେ ମହାନ ବ୍ୟକ୍ତି ଓ ଜଣେ ବରିଷ୍ଠ ରାଜନେତା ଥିଲେ। ଏରସମା ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସେଭଳି ନେତା ଓଡ଼ିଶାରେ ମିଳିବା କଷ୍ଟକର ଯାହା ବିଧାୟକ ସାରଦା ପ୍ରସନ୍ନ ଜେନା କହିଥିଲେ। ଏହି ଉତ୍ସବରେ ଆଡ଼ଭୋକେଟ ଅକ୍ଷୟ କୁମାର ସ୍ୱାଇଁ,ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ଡ଼କ୍ଟର ଅରୁଣ କୁମାର ପାଣି, ଜୟନ୍ତ କୁମାର ବିଶ୍ୱାଳ, କୈଳାସ ଚନ୍ଦ୍ର ପ୍ରଧାନ, ଡ଼ା.ତନ୍ମୟ କୁମାର ସେଠୀ,ବୈଦ୍ୟନାଥ ସାହୁ,ହୃଷିକେଶ ଜେନା, ନଗେନ୍ଦ୍ରନାଥ ସ୍ୱାଇଁ,ଅପର୍ଣ୍ଣା ଦାସ,ଲିପି ସାହୁ,ବାସବ କୁମାର ନନ୍ଦ, ପ୍ରଶାନ୍ତ କୁମାର ସେଠୀ,ସଂଗ୍ରାମ କେଶରୀ ନାୟକ, ଏରସମା ବାଳିକା ବିଦ୍ୟାଳୟ ଛାତ୍ରୀ ପ୍ରମୁଖ କବି ସାହିତିକ ଉପସ୍ଥିତ ଥିଲେ। ଶେଷରେ ଯଜାତି ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।