ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ଗୁରୁତ୍ବ ରହିଛି। ଫଳରେ ଘରେ ରଖାଯାଇଥିବା ଜିନିଷଠାରୁ ଆରମ୍ଭ କରି ଦୌନନ୍ଦିନ କାର୍ଯ୍ୟ ପର୍ଯ୍ୟନ୍ତ ସବୁ ଦ୍ରବ୍ୟର ଟିକନିକ ଯତ୍ନ ନିଆଯାଏ। ଏନେଇ ଭାରତର ଅନେକ ଲୋକ ଜମି କିଣିବା ଠାରୁ ଆରମ୍ଭ କରି ସବୁ ଜିନିଷରେ ବାସ୍ତୁବୀତଙ୍କ ସାହାର୍ଯ୍ୟ ନିଅନ୍ତି।
ଗୋଟେ ଭଲ ଜୀବନ ଯାପନ ପାଇଁ ଖାଲି ଜମି କିଣାବିକା କିମ୍ବା ଘର ତିଆରି ନୁହେଁ, ଆହୁରୀ ଅନେକ କିଛି ଅଛି ଯାହା ସବୁ କରିବା ପାଇଁ ବାସ୍ତୁର ସାହାଯ୍ୟ ନେବାକୁ ପଡେ। ଶାସ୍ତ୍ରରେ, ସୂର୍ଯ୍ୟ ଅସ୍ତ ହେବା ପରେ ଏମିତି କିଛି କାମ ଅଛି ଯାହା କରିବା ଉଚିତ ନୁହେଁ। ଯଦି ସେହି ସବୁ କାମ ଆପଣ କରନ୍ତି ତେବେ ଆପଣଙ୍କ ପାଇଁ ଏହା ଅଶୁଭ ହୋଇପାରେ। ସେଥିପାଇଁ ଆପଣ ମାନଙ୍କ ଘରେ ବଡ ଲୋକ ଏବଂ ବୟସ୍କମାନେ ସୂର୍ଯ୍ୟାସ୍ତ ପରେ ଅନେକ କାମ କରିବାକୁ ବାରଣ କରନ୍ତି। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ସୂର୍ଯ୍ୟାସ୍ତ ପରେ କଣ କରିବା ଅନୁଚିତ,ଯଦି ସେହିସବୁ କାମ କରନ୍ତି ତେବେ ଜୀବନରେ କଣ ପ୍ରଭାବ ପଡିବ।
ହିନ୍ଦୁ ଧର୍ମରେ ବିଶ୍ବାସ କରାଯାଏ ଯେ ଦେବୀ ଲକ୍ଷ୍ମୀ ସୂର୍ଯ୍ୟା ଅସ୍ତ ସମୟରେ ଘରକୁ ଆସନ୍ତି। ଆହୁରୀ ମଧ୍ୟ କୁହାଯାଏ ସନ୍ଧ୍ୟାରେ ନିଜ ଘରର କବାଟ ବନ୍ଦ କରିବା ଉଚିତ ନୁହେଁ। ଯଦି ସନ୍ଧ୍ୟାବେଳେ କିଏ ଶୋଇଥାଏ, ତେବେ ସେ ଅନେକ ରୋଗରେ ପୀଡିତ ହୋଇପାରନ୍ତି। ତେଣୁ କୁହାଯାଏ ଯେ , ଯେଉଁମାନେ ଏଭଳି କରନ୍ତି ଘରେ ସୁଖ, ଶାନ୍ତି କମ ରୁହେ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାବେଳେ ଘରର ଦ୍ବାରବନ୍ଧରେ ବସିବା ଉଚିତ ନୁହେଁ, ଘରର ଦ୍ବାର ବନ୍ଧରେ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଏ। ଏହାସହ ସନ୍ଧ୍ୟାରେ ଘର ଭିତର ଝାଡୁ କରିବା ଉଚିତ ନୁହେଁ। ଅନେକ ଲୋକ ବିଶ୍ବାସ କରନ୍ତି ଯେ, ସନ୍ଧ୍ୟାରେ ଘର ଝାଡୁ କରିବା ଦ୍ବାରା ଦେବୀ ଲକ୍ଷ୍ମୀ କୋପ କରନ୍ତି। ଧାର୍ମିକ ବିଶ୍ବାସ ଅନୁଯାୟୀ, ସନ୍ଧ୍ୟାରେ ତୁଳସୀ ଗଛରେ ପାଣି ଦେବା ଅନୁଚିତ। ଏହାସହ ତୁଳସୀ ପତ୍ର ଛିଣ୍ତେଇବାକୁ ବାରଣ କରାଯାଏ। ଏଭଳି କଲେ ଦେବୀ ଲକ୍ଷ୍ମୀ ସବୁଦିନ ପାଇଁ ଘରୁ ବାହାରି ଯାଆନ୍ତି। ଏହାସହ ନଖ କାଟିବା, ଚୁଟି କାଟିବା, ପୋଷାକ ଧୋଇବା, କ୍ଷୀର , ହଳଦୀ, ଦହି, ଲୁଣ ଏବଂ ଖଟା ଜିନିଷ ଦେବା ପାଇଁ ବାରଣ କରାଯାଏ। ଏଭଳି କଲେ ନକରାତ୍ମକ ପ୍ରଭାବ ଘର ଉପରେ ପଡିପାରେ।