ମନୁଷ୍ୟ ପ୍ରକୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ପ୍ରକୃତିରେ ହେଉଥିବା ପରିବର୍ତ୍ତନର ପ୍ରଭାବ ମଣିଷର ଜୀବନ ଉପରେ ପଡିଥାଏ। ବେଳେବେଳେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅନ୍ୟାନ୍ୟ ଗ୍ରହ ମାନଙ୍କର ପ୍ରଭାବ ମନୁଷ୍ୟ ଶରୀରକୁ ଅଧିକାଂଶ ପ୍ରଭାବିତ କରିଥାଏ। ଯେହେତୁ ପ୍ରକୃତି ଏବଂ ମନୁଷ୍ୟ ପଞ୍ଚତତ୍ୱରେ ଗଢା ତେଣୁ ପ୍ରକୃତିଦ୍ୱାର ମନୁଷ୍ୟ ପ୍ରଭାବିତ ହେବା ସ୍ୱଭାବି କଥା। ମୁଖ୍ୟ କଥା ହେଉଛି ମଣିଷ ବଞ୍ଚିରହିବାକୁ ହେଲେ ତା’ପାଇଁ ତିନୋଟି ମୈାଳିକ ପଦାର୍ଥର ଆବଶ୍ୟକତା ରହିଛି ତାହା ହେଲା ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ। ଏଣୁ ବାସ୍ତୁ ଶାସ୍ତ୍ରରେ ବାସସ୍ଥାନର ଏକ ପ୍ରମୁଖ ଭୂମିକା ରହିଛି। ଏଣୁ ଯଦି ବାସସ୍ଥାନ ବାସ୍ତୁଶାସ୍ତ୍ର ଅନୁସାରେ ହୋଇ ନ ଥାଏ ତେବେ ବାସ୍ତୁଦୋଷ ସୃଷ୍ଟି ହୁଏ। ବାସ୍ତୁ ଦୋଷହେଲେ ଗୃହବାସୀ ମାନେ ସବୁବେଳେ ଦୁଃଖ କଷ୍ଟରେ ରହିଥାନ୍ତି ଏବଂ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ କଷ୍ଟ ମଧ୍ୟ ପାଇଥାନ୍ତି।
ଦକ୍ଷିଣ ଭାରତରେ ବାସ୍ତୁଶାସ୍ତ୍ରର ପ୍ରଚଳନ ଅଧିକ। ଏହି କାରଣରୁ ଦକ୍ଷିଣ ଭାରତର ମନୁଷ୍ୟମାନେ ଅଧିକ ସମ୍ପନ୍ନଶୀଳ। ଯେହେତୁ ଦକ୍ଷିଣ ଭାରତରେ ବାସ୍ତୁଶାସ୍ତ୍ରର ଲୋକପ୍ରିୟତା ବେଶୀ ଏବଂ ଏହାର ବ୍ୟବହାରରେ ସେମାନେ ଅଧିକ ସମ୍ପନ୍ନଶୀଳ ଏଣୁ ଏହି ବାସ୍ତୁଶାସ୍ତ୍ରକୁ ଏବେ ଭାରତର ଅନ୍ୟାନ୍ୟ ରାଜ୍ୟ ଏବଂ ଭାରତ ବାହାରେ ଅନ୍ୟାନ୍ୟ ଦେଶରେ ମଧ୍ୟ ବ୍ୟବହାର କରାଗଲାଣି। ଗୋଟେ ଗୃହରେ ଯେଉଦିନଠାରୁ ବସବାସ କରାଯାଏ ସେବେଠାରୁ ବାସ୍ତୁର ଶୁଭହେଉ ବା ଅଶୁଭ ହେଉ ପ୍ରଭାବ ପଡିବା ଆରମ୍ଭ ହୋଇଯାଏ । ପ୍ରାୟ ତିନିବର୍ଷ ସେହି ଘରେ ରହିଲା ପରେ ସେହି ବାସ୍ତୁର ସମ୍ପୁର୍ଣ୍ଣ ପ୍ରଭାବ ସେହି ଘରେ ରହୁଥିବା ମଣିଷଙ୍କ ଉପରେ ପଡେ। ବାସ୍ତୁ ଶୁଭହୋଇଥିଲେ ଅତ୍ୟନ୍ତ ଶୁଭଫଳ ଗୃହବାସୀଙ୍କୁ ମିଳିଥାଏ ଏବଂ ବାସ୍ତୁଦୋଷ ଥିଲେ ଏହାର ସମ୍ପୁର୍ଣ୍ଣ ଅଶୁଭ ପ୍ରଭାବ ଗୃହବାସୀଙ୍କ ଉପରେ ପଡେ। ଏହି ଅଶୁଭ ସ୍ଥାନରେ ଗୃହ ନିର୍ମାଣ କଲେ ଗୃହବାସୀ ଧନଶାଳୀ ହୋଇଥିଲେ ମଧ୍ୟ ଧିରେ ଧିରେ ଦରିଦ୍ର ହୋଇଯାନ୍ତି। ଏଣୁ ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ ସମ୍ପର୍କରେ ।
ସନ୍ତ ସନ୍ତିଆ ଭୂମିରେ ଗୃହ ନିର୍ମାଣ କଲେ ଅତ୍ୟନ୍ତ ଅଶୁଭ ଫଳ ଭୋଗିବାକୁ ପଡେ। ଯଦି ଏହିପରି ସ୍ଥାନଥାଏ ଏବଂ ସେହି ସ୍ଥାନରେ ଘର କରିବାକୁ ବାଧ୍ୟ ହୁଅନ୍ତି ତେବେ ଭୂମିକୁ ଶୁଦ୍ଧକରି ଏହାର ଉଚିତ୍ ପ୍ରତିକାର କରି ଗୃହ ନିର୍ମାଣ କରନ୍ତୁ।ଯେଉଁସ୍ଥାନରେ କୈାଣସି ଘାସ କିମ୍ବା ଗଛଲତା ଉଠୁନଥାଏ ସେହି ସ୍ଥାନରେ ଗୃହନିର୍ମାଣ କରିବା ଉଚିତ୍ ନୁହେଁ। ଯଦି ଏହିପରି ସ୍ଥାନରେ ଗୃହ ନିର୍ମାଣ କରିବାକୁ ବାଧ୍ୟହୁଅନ୍ତି ତେବେ ସେହିସ୍ଥାନର ମାଟିକୁ ଛଅଫୁଟ ଗଭୀର ଖୋଳି ବାହାରକୁ ପକାଇଦେବେ ଏବଂ ସେହି ସ୍ଥାନକୁ ଶୁଭ ମାଟିଦ୍ୱାରା ପୂର୍ଣ୍ଣକରି ତାପରେ ଭୂମିଶୋଧନ କରି ଗୃହ ନିର୍ମାଣ କରିବେ।