କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣଚ୍ଛେଦ। ବଢିଲାନି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପରବର୍ତ୍ତୀ ଗଭର୍ଣ୍ଣର ହେବେ ସଞ୍ଜୟ ମଲହୋତ୍ରା। କେନ୍ଦ୍ର ରାଜସ୍ୱ ସଚିବ ଦାୟିତ୍ୱରେ ଥିବା ସଞ୍ଜୟ ମଲହୋତ୍ରାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ ପ୍ରଦାନ କରିଛି କେନ୍ଦ୍ର। ଶକ୍ତିକାନ୍ତ ଦାସଙ୍କ ଠାରୁ ଡିସେମ୍ବର ୧୧ରେ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା । ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡରର ଆଇଏଏସ ଅଫିସର ସଞ୍ଜୟ ମଲହୋତ୍ରା ଆରବିଆଇର ୨୬ତମ ଗଭର୍ଣ୍ଣର ହେବାକୁ ଯାଉଥିବା ବେଳେ ସେ ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ଟିକସ ନୀତି ନିର୍ଦ୍ଧାରଣରେ ରହିଛି ସଞ୍ଜୟଙ୍କ ବଡ ଭୂମିକା ରହିଛି । ୩୩ ବର୍ଷରୁ ଅଧିକ ସମୟ ଧରି ସଞ୍ଜୟ ଶକ୍ତି ଅର୍ଥ ଏବଂ ଟିକସ, ସୂଚନା ପ୍ରଯୁକ୍ତିବିଦ୍ୟା, ଖଣି, ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।