ମୁହଁ ଖୋଲିଲେ ବିଜେଡି ନେତା ନବୀନ ପଟ୍ଟନାୟକ। ବିଜେପି ସରକାର ଉପରେ ଉଠାଇଲେ ସ୍ବର। କରିଲେ ସାଘାଂଟିକ ଅଭିଯୋଗ। ଆଜି ଆରମ୍ଭରୁ ଗୃହରେ ମିଶନ ଶକ୍ତି ମହିଳା ଓ ସିଆରପି, ଏମବିକେ, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପିମାନେ ୯ ମାସର ଦରମା ପାଇବାକୁ ଦାବି କରି ଲୋୟାର ପିଏମଜି ଛକରେ କରୁଥିବା ଆନ୍ଦୋଳନକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଯାହା ଫଳରେ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି। ଯାହାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ।
ନବୀନ କହିଛନ୍ତି, ନୂଆ ସରକାର ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ରାଜ୍ୟରେ ପାଖାପାଖି ସାତ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ଅଛନ୍ତି। ହେଲେ ସେମାନଙ୍କ ସ୍ବାର୍ଥକୁ ବାଧାଦେଇ ସେମାନଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିବା ବଡ ଲଜ୍ୟା ଜନକ କଥା।