ପୁଣି ହତ୍ୟା ଧମକ। ଏଥର ସଲମାନ ଖାନଙ୍କୁ ନୁହେଁ ଆନ୍ଧ୍ରପ୍ରବେଶର ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ମିଳିଲା ହତ୍ୟା ଧମକ। ତାଙ୍କୁ ଏକ ଧମକପୂର୍ଣ୍ଣ କଲ ଆସିଛି। ତେବେ ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ। ଜଣେ ସନ୍ଦିଗ୍ଧ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କରି ଏଭଳି ଧମକ ଦେଇଛି। କେବଳ ଏତିକି ନୁହେଁ ସେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାର ପ୍ରୟୋଗ ମଧ୍ୟ କରିଛି। ଏହି କଲ ମିଳିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଲିସ ଏହି ସୂଚନା ଦେଇଛି।
ଏହାରି ଭିତରେ ପୱନ କଲ୍ୟାଙ୍କ ଜନସେବା ପାର୍ଟି ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ଲେଖା ହୋଇଛି ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ କାର୍ଯ୍ୟାଳୟକୁ ଧମକ କଲ ଆସିଛି। ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଛି। ସେହି ବ୍ୟକ୍ତି ଜଣକ ଅଭ୍ରଦ ଭାଷାରେ ଗାଳି କରିଛି। ଯେଉଁଥିରୁ ଜଣା ପଡୁଛି ପୱନ କଲ୍ୟାଣଙ୍କ ଶତ୍ରୁ ବଢିବାରେ ଲାଗିଛି। ବର୍ତ୍ତମାନ ପୋଲିସ ଏବେ ତଦନ୍ତ ଆରମ୍ଭ କରୁଛି। କିଏ କଲ କରିଛି ତାହା ଏଯାଏଁ ଜଣା ପଡିନାହିଁ। ଧମକ ଦେଇଥିବା ଲୋକର କଲକୁ ପୋଲିସ ଯାଞ୍ଚ କରୁଛି।