ଏରସମା ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଢ଼ିଙ୍କିଆ ଚାରିଦେଶର ନୂଆଁଗା ପଞ୍ଚାୟତ ର ବାଲିସାହି ପଡାର ଗ୍ରାମବାସୀର ଶତାଧିକ ପରିବାରର ପୁରଷ ମହିଳା ମାନେ ଆଜି ସକାଳେ ବାଲିସାହି ନିକଟରେ ଥିବା ୭ ନଂମ୍ବର ଫାଟକ ସାମ୍ନାରେ ଧାରଣାରେ ବସିଥିଲେ।କାରଣ ଜେଏଷ୍ଟଡବ୍ଲୁ କମ୍ପାନୀ କାହାକୁ ନ ଜଣେଇ କି ନୂଆ ଗାଁ ବାଲିସାହିର ଗ୍ରାମ୍ୟ କମିଟି ମଧ୍ୟରେ ଆଲୋଚନା ନକରି ହଜାର ହଜାର ଗଛ କାଟିବା ଅଭିଯୋଗ କରି ବିରୋଧରେ ପ୍ରତିବାଦରେ ଗ୍ରାମବାସୀ ମାନେ ଏକତ୍ରୀତ ହେଇଥିଲେ। ତେବେ ବାପା ଅଜା ଅମଳରୁ ପାନବରଜ କରି ଜିବିକା ନିର୍ବାହ କରିଆସୁଥିବା ଜମିକୁ ଆମ ଠାରୁ କମ୍ପାନୀ ଛଡେଇ ନେଲା ଆମକୁ ସଠିକ୍ କ୍ଷତିପୂରଣ ବାବଦରେ ଅର୍ଥ ଦେଇଛି ନା ଆମ ପିଲା ଛୁଆଙ୍କୁ ନିଯୁକ୍ତି ପାଇଁ ଲିଖିତ ଭାବେ କମ୍ପାନୀ ର କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମନ ମୁଖୀ କମ୍ପାନୀ ତାର ପ୍ରଶାସନ ଓ ସ୍ଥାନୀୟ ପୋଲିସର ସାହାଯ୍ୟରେ ଜୋରଜବଦସ୍ତ ବଳପୂର୍ବକ ଶାସନ କରିଚାଲିଛି କହିଛନ୍ତି ଗ୍ରାମବାସୀ ମାନେ ତେବେ କିଛି ଘଣ୍ଟା ଧାରଣାରେ ବସି ପ୍ରତିବାଦ କଲାପରେ କମ୍ପାନୀ କତ୍ତୃପକ୍ଷ ଓ ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ପ୍ରଶାସନ ସହିତ ଗ୍ରାମ୍ୟକମିଟିର ମୁରବିମାନେ ବିଜୟ ନାୟକ,ବିଷ୍ଣୁ ଲୋଙ୍କା,ଶୁକଦେବ ବିଶ୍ୱାଳ,ପପୁ ନାୟକ, ମାନଗୋବିନ୍ଦ ପ୍ରଧାନ,ଗୌରହରି ଦାସ,ଦେବେନ୍ଦ୍ର ଡାଳୁଆ,ଗୋପି ସାହୁ,ଭାଗବତ ଦଳାଇ, ବଳରାମ ସାହୁ ପ୍ରମୁଖ ଆଲୋଚନା କଲାପରେ ଗଛ କଟା ବନ୍ଦ କିବା ସହତି ମେସିନ କୁ ବାହାର କରାକରଯାଉ କମିଟି ର ମୁରବିମାନେ କହିଥିଲେ ଏବଂ ୬ ଦିନ ଭିତରେ ଆଲୋଚନା କରାଯାଇ ସଠିକ୍ ନିଷ୍ପତ୍ତି ନିଆଯିବ କମ୍ପାନୀ ର କତ୍ତୃପକ୍ଷ ପ୍ରତିଶୃତି ଦେଲା ପରେ ଧାରଣା ରେ ବସି ରହିଥିବା ଗ୍ରାମବାସୀ ମାନେ ଓହରିଥିଲେ