ବିଦ୍ରୋହୀଙ୍କ କବଜାରେ ସିରିଆ। ଦିନକୁ ଦିନ ଭୟଙ୍କର ହେଉଛି ସିରିଆ ଗୃହଯୁଦ୍ଧ। ଗୋଟିଏ ପରେ ଗୋଟିଏ ସହର କବ୍ଜା କରୁଛନ୍ତି ବିଦ୍ରୋହୀ ଦଳ। ଆଉ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ସିରିଆ ସେନା। ସିରିଆରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଗତକାଲି ଦେଶ ଛାଡି ଚାଲି ଯାଇଛନ୍ତି ରାଷ୍ଟ୍ରପତି। ଶରଣ ନେଇଛନ୍ତି ଋଷରେ ।
ଗୋଟିଏ ସପ୍ତାହରେ ସିରିଆ ସରକାରଙ୍କ ହାତରୁ ଖସି ସାରିଛି ଦେଶର ପ୍ରମୁଖ ୪ଟି ସହର। ସିରିଆର ପ୍ରମୁଖ ସହର ହୋମ୍ସ ଉପରେ ବିଦ୍ରୋହୀମାନେ କବ୍ଜା କରିନେଇଛନ୍ତି। କେବଳ ଏତିକି ନୁହେଁ, ବିଦ୍ରୋହୀମାନେ ଆଉ ଏକ ସହର ନିଜ ନିୟନ୍ତ୍ରଣକୁ ନେଇଥିବା ଖୁସିରେ ଫାଙ୍କା ଗୁଳି ଚାଳନା ମଧ୍ୟ କରିଛନ୍ତି। ଏଥିସହ ସହରରେ ଲାଗିଥିବା ରାଷ୍ଟ୍ରପତିଙ୍କ ପୋଷ୍ଟରଗୁଡିକୁ ମଧ୍ୟ ଚିରି ଦେଇଛନ୍ତି। ଏବେ ଦେଶର ରାଜଧାନୀ ଡାମସକସ କାବ୍ଜା କରିବା ବିଦ୍ରୋହୀଙ୍କ ଲକ୍ଷ୍ୟ।
ସିରିଆରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଗତକାଲି ଦେଶ ଛାଡିଛନ୍ତି ରାଷ୍ଟ୍ରପତି । ସେପଟେ ବିଦ୍ରୋହୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରିବାରେ ଲାଗିଛନ୍ତି । ତାହାରି ଭିତରେ ରାଷ୍ଟ୍ରପତି ଦେଶ ଛାଡିବା ନେଇ ସୂଚନା ମିଳିବା ପରେ ସେଲିବ୍ରେସନ କରିଛନ୍ତି ବିରୋଧୀ। ଅନ୍ୟପଟେ ହିଂସା କାରଣରୁ ଦେଶରେ ଖାଦ୍ୟ ସଙ୍କଟ ଦେଖା ଯାଉଛି। ଖାଦ୍ୟ ସଙ୍କଟ ଯୋଗୁ ପ୍ରଭାବିତ ହେଉଛନ୍ତି ଜନସାଧାରଣ।