ଗ୍ରାମ୍ୟ ଜଙ୍ଗଲର ଗଛ କଟାକୁ ନେଇ ଗ୍ରାମ ବାସୀଙ୍କ ବିରୋଧ । ବନ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଗ୍ରାମ ବାସୀଙ୍କ ମନରେ ଅସନ୍ତୋଷ । ଗ୍ରାମ୍ୟ ଜଙ୍ଗଲର ଗଛ କାଟିବାକୁ ମନାକଲେ ମିଳୁଛି ଧମକ । ବନ ବିଭାଗୀୟ ଅଧିକାରୀ ଓ କାଠ ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଲଗାଯାଇଥିବା ଗଛ କଟାଯାଉଥିବା ନେଇ ସାଧାରଣରେ ହେଉଛି ଅଭିଯୋଗ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ୩୦ ବର୍ଷ ପୂର୍ବେ ବନ ବିଭାଗୀୟ ଅଧିକାରୀ ରେଙ୍ଗାଲ ଗୁଡ଼ା , ହାତୀ ପାକାନା ଓ ଜଟିଆ ଗୁଡ଼ା ଗ୍ରାମର ଗ୍ରାମ ସମସ୍ତ ଗ୍ରାମ ବାସୀଙ୍କୁ ନେଇ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷରୋପଣ କରିବାକୁ ଏକ ବୈଠକ କରିଥିଲେ । ଉକ୍ତ ବୈଠକରେ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କରିବା ନିମନ୍ତେ ଆଲୋଚନା ହୋଇଥିଲା। ଆଲୋଚନା ପରେ ରେଙ୍ଗାଲ୍ ଗୁଡ଼ା , ହାତୀ ପକାନା ଓ ଜଟିଆ ଗୁଡ଼ା ଗ୍ରାମର ଗ୍ରାମ ବାସୀଙ୍କୁ ନେଇ ଜଟିଆ ଗୁଡ଼ା ଗ୍ରାମରେ ଜଙ୍ଗଲ ସୁରକ୍ଷା କରିବା ନିମନ୍ତେ ଏକ କମିଟି ଗଠନ କରି ଜଟିଆ ଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନୀଳଗିରି ବୃକ୍ଷ ରୋପଣ କରାଯାଇଥିଲା ।
ଗଛ ବଡ଼ ହେବାପରେ କାଠ ମାଫିଆ ଗ୍ରାମ ବାସୀଙ୍କୁ ନଜଣେଇ ଭିତରେ ଭିତରେ ଅର୍ଡର ଆଣି ଗଛ କାଟୁଥି ଗ୍ରାମବାସୀ ଗଛ ନକାଟିବାକୁ ବିରୋଧ କରିଥିଲେ । ବିରୋଧ କରିବା ପରେ ମଧୁ ଚନ୍ଦ୍ରିକାରେ ଗଛ ବିକ୍ରି କରୁଥିବା କାଠ ମାଫିଆ ମାନେ ଗ୍ରାମର କିଛି ଯୁବକ ମାନଙ୍କୁ ଧମକ ଦେଉଥିବା ନେଇ ଗ୍ରାମ ବାସୀ ପ୍ରକାଶ କରିଛନ୍ତି । ଏପଟେ ଗ୍ରାମବାସୀ ପକ୍ଷରୁ ଗଛ ନକାଟିବାକୁ ଦାବୀ ହେଉଥିବା ବେଳେ କାଲାର ବିଟ୍ ଅଞ୍ଚଳର ବନପାଳ ଗଛ କଟାଯାଉଥିବା ସ୍ଥାନରେ ପହଞ୍ଚି ନୀଳଗିରି ଗଛ କାଟିବାକୁ ଉପରୁ ଅର୍ଡର ମିଳିଛି ସେ ଗଛ ଗୁଡ଼ାକ କଟାଯିବ ବୋଲି ବନପାଳ ରବୀନ୍ଦ୍ର ପ୍ରଧାନ ଗ୍ରାମ ବାସୀଙ୍କୁ ବୁଝାଇଥିଲେ । ତେବେ ଗ୍ରାମବାସୀ ବନ ପାଳଙ୍କ କଥାରେ ନବୁଝି ଆଜି ୩ ଖଣ୍ଡ ଗ୍ରାମର ଲୋକ ଏକତ୍ରିତ ହୋଇ ବୈପାରିଗୁଡ଼ା ବାନାଞ୍ଚଳ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ଗଛ ନକାଟିବାକୁ ଗୁହାରି କରିବା ସହ ବୈପାରିଗୁଡ଼ା ବାନାଞ୍ଚଳ ଅଧିକାରୀଙ୍କୁ ଏକ ଦାବୀପତ୍ର ଦେଇଥିବା ଦେଖିବାକୁ ମିଳିଛି। ଏହାସହ ବନ ବିଭାଗୀୟ ଅଧିକାରୀ ବାବୁମାନେ ଆସି ବିଭିନ୍ନ ପ୍ରକାରର ପ୍ରଳଭନ ଦେଖେଇ ଗ୍ରାମର ଲୋକଙ୍କ ସହ ଆଲୋଚନା କରି ଗ୍ରାମ୍ୟ ଜଙ୍ଗଲରେ ଗଛ ଲଗାଉଛନ୍ତି । ଗଛ ବଡ଼ିଯିବା ପରେ ବନ ବିଭାଗୀୟ ଅଧିକାରୀ ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ସମେତ ଗ୍ରାମ ବାସୀଙ୍କୁ ନେଇ ବୈଠକ କରି ଗଛ କାଟିବା ବଦଳରେ ଗ୍ରାମ ବାସୀଙ୍କୁ ନପଚାରି ବନ ବିଭାଗୀୟ ଅଧିକାରୀ ବାବୁ ଓ କାଠ ମାଫିଆ ଦଲାଲଙ୍କ ସହ ଆଲୋଚନା ନକରି ଗଛ କାଟି ବିକ୍ରି କରିଦେଉଛନ୍ତି । ଯାହା ଫଳରେ କି ଆମ ଅଞ୍ଚଳର ଜଙ୍ଗଲ ସଫା ହୋଇ ଯାଉଛି ବୋଲି ଗ୍ରାମ ବାସୀ ପ୍ରକାଶ କରିଛନ୍ତି । ଆମ ଜଙ୍ଗଲ ଆମ ଅଧିକାର ଆମେ ଏବେ ତାହା ହେବାକୁ ଦେବୁ ନାହିଁ ବୋଲି ଗ୍ରାମ ବାସୀଙ୍କ ଦାବୀ ରହିଛି । ଏପଟେ ଗ୍ରାମବାସୀଙ୍କ ଦାବୀପତ୍ର ଗ୍ରହଣ କରି ଗଛ କଟାକୁ ସ୍ତଗିତ ରଖିଥିବା ନେଇ ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।