ଚାନ୍ଦବାଲି ବ୍ଳକରେ ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଘେରିଲେ ବ୍ଳକ ବିଜେଡ଼ି ନେତା । ପଦାରେ ପଡିଲା ଜିଲ୍ଲାପାଳଙ୍କ ବିଜେପି ପ୍ରୀତି । ହୋ ହଲ୍ଲା ପରିବେଶରେ ଅନୁଷ୍ଠିତ ହେଉଛି ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣୀ ଶିବିର । ଶିବିରରୁ ଅଧାରୁ ଉଠି ବିଜେଡି ନେତାଙ୍କ ସହ ବୈଠକ ନେଲେ ଜିଲ୍ଲାପାଳ । ସୂଚନା ମୁତାବକ ଚାନ୍ଦବାଲି ବ୍ଳକର ୩୬ଟି ପଞ୍ଚାୟତ ମଧ୍ୟରୁ ୨୬ ପଞ୍ଚାୟତ ସହ ବ୍ଳକ ଓ ଏନ ଏ ସି ,ସମସ୍ତ ଜିଲ୍ଲାପରିଷଦ ବିଜୁ ଜନତାଦଳର ଦଖଲରେ ଅଛି । ବାତ୍ୟା ଦାନା ରେ ସମସ୍ତ ସରପଞ୍ଚ ନିଜ ନିଜ ପଞ୍ଚାୟତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା, ଖାଇବାକୁ ଦେବା ସହ ପ୍ରଶାସନକୁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ମାତ୍ର ବାତ୍ୟା ଦାନା ଯିବା ପରେ କ୍ଷୟକ୍ଷତି ହୋଇଥିବା ରାସ୍ତାଘାଟ ଆଦିର ମରାମତି ପାଇଁ କୌଣସି ବିଜେଡ଼ି ସରପଞ୍ଚ ,ସମିତି ସଭ୍ୟ, ଜିଲ୍ଲାପରିଷଦ ନ ଜଣାଇ ବିଜେପି ଦଳର କର୍ମୀଙ୍କ କଥା ଅନୁସାରେ ପ୍ରୋଜେକ୍ଟ ଦିଆଯାଇଛି । ବିଜେପି ଦଳର ହାତବାରିସୀ ସାଜି ଭଦ୍ରକ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ କେବଳ ବିଜେପି ନେତା ଓ କର୍ମୀଙ୍କ କଥାକୁ ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଯାହାକୁ ନେଇ କିଛି ସମୟ ଧରି ହୋହାଲ୍ଲା ହେବା ସହ ସରଗରମ ରହିଛି ଚାନ୍ଦବାଲି ବ୍ଳକ ପରିସର ।