ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବାପା ମାଆ ବିଭିନ୍ନ ପ୍ରକାର ସଞ୍ଚୟ ଯୋଜନା ଆପଣାଇଥାନ୍ତି । ତେବେ ପୋଷ୍ଟ ଅଫିସ କିଛି ଏଭଳି ଯୋଜନା ପ୍ରଦାନ କରୁଛି ଯାହା ଅଳ୍ପ ସଞ୍ଚୟରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିଥାଏ । ଯଦି ଆପଣ ଆପଣଙ୍କ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ସଞ୍ଚୟ ହେଉଛି ଏକ ଉତ୍ତମ ବିକଳ୍ପ । ଏହାଫଳରେ ଆଗାମୀ ଦିନରେ ଆପଣଙ୍କ ପାଖରେ ଭଲ ଦୁଇ ପଇସା ସଞ୍ଜୟ ରାଶି ରହିବ । ଯଦି ଆପଣ ନିବେଶ କରିବାକୁ ଚିନ୍ତା କରୁଛନ୍ତି ପୋଷ୍ଟ ଅଫିସର କିସାନ ବିକାଶ ପାତ୍ର ଯୋଜନା ଏକ ଭଲ ବିକଳ୍ପ ହୋଇପାରେ । ଏହି ସ୍କିମ୍ରେ ନିବେଶ କଲେ ଆପଣଙ୍କ ମୂଳ ଟଙ୍କା ମାତ୍ର କିଛି ମାସ ମଧ୍ୟରେ ଡବଲ ହେବ । ପୋଷ୍ଟ୍ ଅଫିସ୍ର ଏହି ସ୍କିମ୍ରେ ଦେଶର ଅନେକ ନାଗରିକ ନିବେଶ କରୁଛନ୍ତି । ଏହି ସ୍କିମ୍ରେ ନିବେଶ କଲେ ଆପଣଙ୍କୁ ୭.୫ ହାରରେ ରିଟର୍ଣ୍ଣ ମିଳିଥାଏ । ଯାହା ଯେକୌଣସି ଫିକ୍ସଡ୍ ଡିପୋଜିଟ୍ ରିଟର୍ଣ୍ଣହାର ଠାରୁ ଅଧିକ । ଏହି ସ୍କିମ୍ରେ ମାତ୍ର ୧ ଲକ୍ଷ ଟଙ୍କା ନିବେଶ କଲେ ୧୧୫ ମାସରେ ଆପଣଙ୍କ ଟଙ୍କା ଦୁଇଡବଲ ହେବ । ଅର୍ଥାତ୍ ମାଚ୍ୟୁରିଟି ଟଙ୍କା ଭାବରେ ଆପଣଙ୍କୁ ଦୁଇ ଲକ୍ଷ ମିଳିବ । କିସାନ ବିକାଶ ପତ୍ର ଯୋଜନାରେ ୧୦୦୦ ଟଙ୍କାରୁ ନିବେଶ ଆରମ୍ଭ କରି ପାରିବେ । ଏହି ଯୋଜନାରେ ନିବେଶ କରିବାକୁ ଅଧିକତମ ସୀମା କିଛି ନାହିଁ । ଏକ ୧୦ ବର୍ଷର ନାବାଳକ ମଧ୍ୟ ଏହି ଯୋଜନାରେ ନିବେଶ ଆରମ୍ଭ କରି ପାରିବେ । ଏକ କିସାନ ବିକାଶ ପତ୍ର ଯୋଜନାରେ ନୋମିନୀ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହି ଯୋଜନାରେ ନିବେଶ କରିବାକୁ ହେଲେ ପ୍ରଥମେ ପୋଷ୍ଟ୍ ଅଫିସରେ ଖାତା ଖୋଲିବାକୁ ହେବ । ଫର୍ମରେ ସମସ୍ତ ପ୍ରକାର ସୂଚନା ଦାଖଲ କରି ପ୍ରଥମେ ଏକ ସଞ୍ଚୟ ଖାତା ଖୋଲିବାକୁ ପଡ଼ିବ । ଫର୍ମ ପୂରଣ ସମୟରେ ନିଶ୍ଚିତ କରନ୍ତୁ ଯେ, ଆପଣ ପ୍ରଥମେ କେତେ ଟଙ୍କା ଜମା କରିବାକୁ ଚାହୁଁଛନ୍ତି । ତେବେ ଯଦି ଆପଣ ପ୍ରଥମେ ୫୦୦୦୦ ଟଙ୍କାରୁ ନିବେଶ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ପାନ୍କାର୍ଡର ଏକ ନକଲ ଜମା କରିବାକୁ ହେବ । ସେହିଭଳି ୧୦ ଲକ୍ଷରୁ ଅଧିକ ଜମା କରିବାକୁ ହେଲେ ଆପଣଙ୍କୁ ଆୟ ପ୍ରମାଣପତ୍ର ଦାଖଲ କରିବାକୁ ହେବ । ଏହିଭଳି ଭାବରେ ଏହି ସ୍କିମ୍ର ଲାଭ ଆପଣ ଉଠାଇ ପାରିବେ । ଯୋଜନା ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଥିଲେ ନିକଟସ୍ଥ ପୋଷ୍ଟ୍ ଅଫିସ୍ରୁ ସମସ୍ତ ବିବରଣୀ ପାଇ ପାରିବେ ।