ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବିବାହର ୧୫ ବର୍ଷପରେ ବି ଶାଶୁଘର ପରିବାରକୁ ଛାଡି ନଥିଲା ଯୌତୁକ ଲୋଭ । ବାପଘର ଜମି ବିକ୍ରି ଟଙ୍କାରେ ଝିଅର ବାଣ୍ଟ ନପଡିବାରୁ ଶାଶୁଘରୁ ଆରମ୍ଭ ହୋଇଥିଲା ନିର୍ଯାତନା। ଶେଷରେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ରେ ଦର୍ଶାଇଛନ୍ତି ବାଲିଅନ୍ତା ଥାନା ଅଞ୍ଚଳ ଗ୍ରାମର ଦୁଇ ଭାଇ ଅଜୟ ଓ ବିଜୟ ।
ଦୁଇ ଭାଇ ଅଜୟ ଓ ବିଜୟଙ୍କ ଅଭିଯୋଗ ଅନୁଯାୟୀ, ଭଉଣୀ ପିଙ୍କି ନାୟକ ବାଲିଅନ୍ତା ଅଞ୍ଚଳର ଦିପୁ ସ୍ଵାଇଁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ସମୟରେ ଘରର ଗୋଟିଏ ବୋଲି ଅଲିଅଳି ଝିଅକୁ ମନମୁତାବକ ଯୌତୁକ ଦେଇଥିଲେ ବାପଘର ଲୋକେ । ଝିଅ ଯେଉଁ ସମୟରେ ଯାହା ମାଗେ ପରିବାର ପକ୍ଷରୁ ଦିଆଯାଏ କିନ୍ତୁ ବାପଘର ଏକ ଜମି ବିକ୍ରି ଖବର ପାଇ ଭିଣୋଇ ଦିପୁ ସ୍ଵାଇଁ ପିଙ୍କିଙ୍କୁ ବାପଘରୁ ଯୌତୁକ ଆଣିବାକୁ ବାରମ୍ବାର କହୁଥିଲେ । ଏପରିକି ଘଟଣାକୁ ନେଇ ପିଙ୍କିଙ୍କୁ ନିର୍ଯାତନା ଦେବା ସହ ମାରି ଦେବାକୁ ଧମକ ଦେଇଥିଲେ ଦିପୁ । ଶେଷରେ ପରିସ୍ଥିତି ଅନ୍ୟ ଦିଗକୁ ଯାଇଥିଲା ନିଶାଶକ୍ତ ଅବସ୍ଥାରେ ନିଜ ପତ୍ନି ଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ ଦିପୁ । ଦୁଇ ଭାଇ ଅଜୟ ଓ ବିଜୟ ଭଉଣୀର ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ପହଂଚିବା ପରେ ଭିଣୋଇଙ୍କୁ ଘଟଣା ସଂକ୍ରାନ୍ତରେ ପଚାରିବାରୁ ଭିଣୋଇ ଦିପୁ ଓଲଟା ଯୁକ୍ତି ଆରମ୍ଭ କରିଥିବାବା ଅଭିଯୋଗ ଆଣିଛନ୍ତି ଦୁଇ ଭାଇ ଅଜୟ ଓ ବିଜୟ।