ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ୧୧ ଥର ପାଇଁ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ରେଟ୍କୁ ୬.୫ ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ପ୍ରଣୟନ (ଏମପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ।
ଫଳରେ ଅର୍ଥ ଲୋନ ଇଏମ୍ଆଇ ରେ କୌଣସି ପରିବର୍ତ୍ତନ ହେବନି । ଏହାର ଅର୍ଥ ହେଉଛି ଆପଣ ବ୍ୟାଙ୍କରୁ ଆଣିଥିବା ଋଣର ଇଏମଆଇ ବୃଦ୍ଧି ପାଇବ ନାହିଁ । ପୂର୍ବରୁ ରେପୋ ରେଟ୍ ୬.୫୦% ରହିଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଫେବ୍ରୁଆରି ୨୦୨୩ରୁ ରେପୋ ରେଟ୍ ୬.୫୦% ରହିଛି।