ପୁଣି ନକ୍ସଲବାଦୀଙ୍କ ଉର୍ତ୍ତେଜନା। ଲଗାତାର କିଛି ଦିନ ହେବ ନକ୍ସଲବାଦୀଙ୍କ ଆକ୍ରମଣ ବଢି ଚାଲିଛି। ଏହାରି ଭିତରେ ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇ ହତ୍ୟା କଲେ ନକ୍ସଲ।ଏହି ଘଟଣା ଘଟିଛି ଛତିଶଗଡ଼ର ବିଜାପୁର ଜିଲ୍ଲା। ମୃତକମାନେ ହେଲେ ବିଜେପି ନେତା ତଥା ବିୟୋଭୂମି ଗାଁର ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସା ଓ ମୁରୁଗା ବଜାରରର ପୂର୍ବତନ ସରପଞ୍ଚ ସୁଖରାମ ଅବଲାମ।
ସୂଚନାମୁତାବକ ଡିସେମ୍ବର ୨ ତାରିଖରେ ଏହି ୨ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ପରେ ସେମାନଙ୍କ ହତ୍ୟା କରିଥିଲେ। ନକ୍ସଲମାନେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସାଙ୍କୁ ମାରିବା ସହ ତାଙ୍କ ମୃତଦେହ ନିକଟରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି ଯେ, ବିଜେପି ଦଳକୁ ଛାଡ଼ିବାକୁ ସୁଖଲୁଙ୍କୁ ୩ ଥର ଚେତାବନୀ ଦିଆଯାଇଥିଲା। ହେଲେ ସେ ଶୁଣିଲେ ନାହିଁ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି । ତେବେ ସୁଖରାମ ଅବଲାମଙ୍କୁ କାହିଁକି ନକ୍ସଲ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ। ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ କରୁଛି।