ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଜି ଏକ ଖାସ ଦିନ। କାରଣ ଆଜି ଟିମ୍ର ସେହି ଖେଳାଳିଙ୍କ ଜନ୍ମଦିନ, ଯେଉଁମାନଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ। ଇଣ୍ତିଆ ଟିମ ନିଜର ଦମଦାର ଖେଳ ସହ ଭାରତୀୟ କ୍ରିକେଟ୍କୁ ଶୀର୍ଷରେ ପହଞ୍ଚାଇଛନ୍ତି। ଫଲରେ ଦେଶ ବିଦେଶରେ ଆଜି ଭାରତୀୟ ଖେଳାଳୀଙ୍କ ପ୍ରସଂଶା ହେଉଛି। ସେମାନଙ୍କ ପାଇଁ ଭାରର ପାଇଛି ସ୍ୱତନ୍ତ୍ର ସ୍ଥାନ। ତେବେ ଆସନ୍ତୁ ଜାଣିବା ସେହି ୪ ତାରକା ଖେଳାଳି କିଏ ଯେଉଁମାନଙ୍କ ଆଜି ହେଉଛି ଜନ୍ମଦିନ।
ରବୀନ୍ଦ୍ର ଜାଡେଜା
ରବୀନ୍ଦ୍ର ଜାଡେଜା ଘରେ ଘରେ ଜଦ୍ଦୁ ଭାବେ ପରିଚିତ। ତେବେ ଆଜି ସେହି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଷ୍ଟାର ରବିନ୍ଦ୍ର ଜାଡେଜାଙ୍କ ଜନ୍ମଦିନ। ୬ ଡିସେମ୍ବର ୧୯୮୮ରେ ସୌରାଷ୍ଟ୍ରରେ ଜନ୍ମ ହୋଇଥିବା ଜଦ୍ଦୁଙ୍କୁ ଆଜି ୩୫ ବର୍ଷ ବୟସ ହୋଇଛି। ଲଗାତାର ଭାବେ ଭାରତ ପାଇଁ ଚମର୍କାର ଖେଳ ପ୍ରଦର୍ଶନ କରିବା ସହ ଆଇପିଏଲ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି।
ଜସପ୍ରୀତ ବୁମ୍ରା
ବୁମ୍ ବୁମ୍ ବୁମରା ଟ୍ୟାଗ ପାଇଥିବା ଷ୍ଟାର କ୍ରିକେଟର ଯଶପ୍ରୀତ ବୁମରା ଆଜି ୩୧ ବର୍ଷରେ ପାଦ ଥାପିଛନ୍ତି। ୟର୍କର କିଙ୍ଗ ବୁମରା ସବୁ ଫର୍ମାଟରେ ଜଣେ ସଫଳ ବୋଲର ଭାବେ ନିଜକୁ ସାବ୍ୟସ୍ତ କରିଛନ୍ତି। ବିସିସିଆଇର ଏ ପ୍ଲସ ଗ୍ରେଡ ପ୍ଲେୟାର ବୁମରା ୧୯୯୩ ମସିହା ଆଜିର ଦିନରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ବାଇଟ ବଲରେ ଡେବ୍ୟୁ କରିଥିଲେ। ବୁମରାଙ୍କ ଜୀବନ ଅନେକ ସଂଘର୍ଷ ଦେଇ ଗତି କରିଛି କିନ୍ତୁ ତାଙ୍କର କଠିନ ପରିଶ୍ରମ ଆଧାରରେ ସେ ଏପରି ସଫଳତାର କାହାଣୀ ଲେଖିଛନ୍ତି ଯାହା ସମସ୍ତେ କରି ପାରନ୍ତିନି।
ଶ୍ରେୟସ୍ ଆୟର
ରିଜେକସନରୁ ଯଦି କିଏ କୋଟିପତି ଖେଳାଳି ହୋଇଛନ୍ତି ସେ ହେଉଛନ୍ତି ଶ୍ରେୟାସ ଆୟର। ଶ୍ରେୟାସ ଆୟରଙ୍କ ସଫଳତା କାହାଣୀ ସ୍ବତନ୍ତ୍ର। ୧୯୯୪ ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଶ୍ରେୟାସ ଆଜି ଆସି ୩୦ ବର୍ଷରେ ପାଦ ଥାପିଛନ୍ତି। ଶ୍ରେୟାରଙ୍କ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ପିଲାଟି ଦିନୁ କଠିନ ପରିଶ୍ରମ କରି ଜଣେ ସଫଳ କ୍ରିକେଟର ହୋଇଛନ୍ତି ଶ୍ରେୟାସ। ଦିନେ ରିଜେକ୍ଟ ହୋଇଥିବା ପ୍ଲେୟର ଏବେ ଆଇପିଏଲର ଦ୍ବିତୀୟ ମହଙ୍ଗା ପ୍ଲେୟାର ହୋଇପାରିଛନ୍ତି।
ଆର-ପି ସିଂ
ରାଇବରେଲୀରେ ଜନ୍ମିତ ଭାରତୀର ପୂର୍ବତନ କ୍ରିକେଟର ଆରପି ସିଂହ ୩୯ ବର୍ଷରେ ପାଦ ଥାପିଛନ୍ତି। ଆରପି ସିଂହଙ୍କ ପୁରା ନାମ ରୁଦ୍ର ପ୍ରତାପ ସିଂହ। ୟୁପିର ଏହି କ୍ରିକେଟର ମଧ୍ୟ ବହୁତ ଭଲ ଖେଳିଛନ୍ତି । ଆରପି ସିଂ ଭାରତ ପାଇଁ ୧୪ ଟି ଟେଷ୍ଟ ମ୍ୟାଚ୍, ୫୮ ଟି ଦିନିକିଆ ଏବଂ ୧୦ ଟି-୨୦ ଖେଳିଛନ୍ତି ଯେଉଁଥିରେ ସେ ଯଥାକ୍ରମେ ୪୦ ୱିକେଟ୍, ୬୮ ଏବଂ ୧୫ ୱିକେଟ୍ ନେଇଛନ୍ତି। କ୍ରିକେଟ୍ ରୁ ଅବସର ନେବା ପରେ ସେ ଷ୍ଟାର କ୍ରିକେଟ୍ ସମୀକ୍ଷକ ହୋଇପାରିଛନ୍ତି।