ଶୀତଋତୁରେ ଥଣ୍ଡା ଜଳବାୟୁ କୁହୁଡି ଓ କାକର ଯୋଗୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଯାଉଛି | ଏହି ଦିନରେ ତାପମାତ୍ରା କମ ଥିବାରୁ ଅଧିକାଂଶ ଲୋକଙ୍କୁ ଭୋକ ଶୋଷ ଲାଗେନି | ଖାଦ୍ୟପେୟରେ ସନ୍ତୁଳନ ନ ରହିବା କାରଣରୁ ରକ୍ତଚାପ ଓ ଶର୍କରା ବୃଦ୍ଧିର ଆଶଙ୍କା ଥାଏ | ସେହି ପରି କମ ପାଣି ପିଇବା ହେତୁ ଶରୀରରେ ଜଳୀୟ ଅଂଶ କମ ହେବ କାରଣରୁ ହୃତପିଣ୍ଡ , ଯକୃତ ଏବଂ ବୃକକ ଆସି ଉପରେ ପ୍ରଭାବ ପଡି ଥାଏ | ଏହାର ପ୍ରଭାବ ପଡିବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଯାଏ |
କମ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା, ବଦହଜମି ,ପରିସ୍ରା ସଂକ୍ରମଣ ,କୋଷ୍ଠକାଠିନ୍ୟ ଓ ହାତପାଦ ଫୁଲିବା ଆଦି ସମସ୍ୟା ଦେଖାଯାଏ | ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଓଜନ ମିୟନ୍ତ୍ରଣରେ ଧ୍ୟାନ ଦିଅନ୍ତୁ | ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ ସି , ଡି,ଓ଼ମେଗା-୩ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ | ଶୀତଦିନେ କମ ଶୋଷ ଲାଗିଥାଏ | ତେଣୁ ଶରୀରରେ ଜଳୀୟ ଅଂଶ ପୁରା କରିବାକୁ ପ୍ରତିଦିନ ୩ ରୁ ୪ ଲିଟର ପାଣି ପିଇବା ଆବଶ୍ୟକ |