ଅଖରୋଟ ଏପରି ଏକ ଶୁଖିଲା ଫଳ , ଯାହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦାୟକ ହୋଇଥାଏ | ପ୍ରତିଦିନ ଅଖରୋଟ ଖାଇବା ଦ୍ୱାରା ହୃଦଜନିତ ରୋଗ ହେବାର ଆଶଙ୍କା କମ ଥାଏ | ଏଥିରେ ଥିବା କ୍ୟାଲସିୟମ ,ଭିଟାମିନ, ମିନେରାଲସ ଏବଂ ପ୍ରୋଟିନ ଶରୀରକୁ ସୁସ୍ଥ ରଖିଥାଏ | ଯେଉଁମାନଙ୍କର ସବୁ କିଛି ଭୁଲିଯିବାର ବା ସ୍ମରଣ ଶକ୍ତି କମ ଅଛି , ଏହି ଶୁଖିଲା ଫଳକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବା ଉଚିତ | ଏଥିରେ ଥିବା ଓ଼ମେଗା-୩ ଫ୍ୟାଟି ଏସିଡ ଏବଂ ଭିଟାମିନ-ଇ ପରି ପୃଷ୍ଟିକର ଖାଦ୍ୟ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିଥାଏ | ମଧୁମେହ ରୋଗୀଙ୍କ ପାଇଁ ଅଖରୋଟ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ | ଦିନସାରା ସତେଜ ରହିବାକୁ ପ୍ରତିଦିନ ସକାଳେ ଖାଲି ପେଟରେ ୫-୬ ଭିଯାଯାଇଥିବା ଅଖରୋଟ ଖାଆନ୍ତୁ | ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ |