ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ସଲଙ୍ଗ ପଞ୍ଚାୟତ ଓଢୁଆଳ ଗ୍ରାମର ଅସହାୟ ପ୍ରତାପ ରାଉତଙ୍କୁ ସାହା ହେଲେ ସମାଜ ସେବୀ କସ୍ତୁରୀ ବାଳା ସ୍ୱାଇଁ।ସୂଚନା ଅନୁଯାୟୀ ପ୍ରତାପ ଯେଣେ ଦିନ ମଜୁରିଆ। ମୂଲ ଲାଗିଲେ ପରିବାର ଚଳେ।ତା ସହିତ ବଳକା ସମୟରେ ପରିବାର ପାଇଁ ଅଧିକ କିଛି ରୋଜଗାର କରିବା ଆଶାରେ ଆଖ ପାଖ ଅଞ୍ଚଳରେ ଅନ୍ୟମାନଙ୍କ ନଡ଼ିଆ ଗଛ ଚଢି ନଡ଼ିଆ ପାରି କିଛି ଅଧିକ ରୋଜଗାର କରିଥାନ୍ତି।୩ବର୍ଷ ତଳେ ପ୍ରତାପ ନଡ଼ିଆ ପାରୁଥିବା ସମୟରେ ଗଛ ଉପରୁ ତଳକୁ ପଡ଼ିଯାଇଥିଲେ ଏବଂ ସେବେଠାରୁ ଭିନ୍ନକ୍ଷମ ହୋଇ ହୁଇଲ୍ ଚ୍ୟାର୍ ରେ କଟୁଛି ଜୀବନ।ପ୍ରତାପଙ୍କ ଘରେ ବୃଦ୍ଧ ବାପା, ମାଙ୍କ ସମେତ ତାଙ୍କ ପତ୍ନୀ ଓ ଦୁଇଟି ପିଲା ମଧ୍ୟ ରହିଛନ୍ତି।ବାପା ପରମେଶ୍ବର ରାଉତ ବୟସର ଅପରାହ୍ନରେ ରୋଗାକ୍ରାନ୍ତ ହେବା ସହ ଆଉ ଖଟି ପାରୁନାହାନ୍ତି।ଏବେ ପ୍ରତାପଙ୍କ ପତ୍ନୀ ଯଶୋଦା ରାଉତ ମୂଲ ମଜୁରୀ ଲାଗି ସମ୍ପୂର୍ଣ ପରିବାର ଚଳାଉଛନ୍ତି।ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ସେଥିରେ ପରିବାରକୁ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଇବା ଅସମ୍ଭବ ହୋଇ ପଡ଼ିଛି।ଆଉ ସ୍ବାମୀଙ୍କ ଚିକିତ୍ସା କରିବାକୁ କୋଉଠୁ ବା ଆଣିବେ ଏତେ ଟଙ୍କା।କିଛି ଦିନ ତଳେ ପ୍ରତାପଙ୍କ ଦୁଇ ପିଲା ପଖାଳ ଆଉ ପିଆଜ ଖାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଆଉ ସେ ଦୃଶ୍ୟ ସମାଜ ସେବୀ କସ୍ତୁରୀ ବାଳା ସ୍ୱାଇଁ ଦେଖିବା ପରେ ପ୍ରତାପଙ୍କ ପରିବାର ନିକଟରେ ପହଂଚି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଘରୋଇ କାରଣ ସାମଗ୍ରୀ ତାଙ୍କ ପରିବାରକୁ ପ୍ରଦାନ କରିଥିଲେ।ଆଗକୁ ପ୍ରତାପଙ୍କ ଚିକିତ୍ସା କରାଇବା ସହ ତାଙ୍କ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବ୍ଲକ୍ ପ୍ରଶାସନକୁ ନିବେଦନ କରିଛନ୍ତି।