ଡିସେମ୍ବର ୬ ରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି | ରାଷ୍ଟ୍ରପତି ହେଵା ପରେ ମୟୁରଭଞ୍ଜ ଜିଲ୍ଲାକୁ ଚତୁର୍ଥ ଥର ପାଇଁ ଆସୁଥିବା ବେଳେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟି କୁସୁମୀ ବ୍ଲକ ଉପରବେଡା ଗ୍ରାମରେ ପାଦ ଦେବେ | ତାଙ୍କ ଅପେକ୍ଷାରେ ଚାହିଁ ରହଛି ସମଗ୍ର ଗାଁ | ଏଥି ପାଇଁ ସଜେଇ ହେଉଛି ମହାମହିମଙ୍କ ଜନ୍ମ ମାଟି |
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି | ଛୋଟବେଳେ ମହାମହିମ ପାଠ ପଢ଼ୁଥିବା ସ୍କୁଲ ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ | ସେଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାକାର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି | ସେପଟେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଗାଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଛି | ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କିଛି ଅସୁବିଧା ବା ତ୍ରୁଟି ନ ହୁଏ ସେଥି ପାଇଁ କଡା ବ୍ୟବସ୍ଥା କରାଯାଇଛି |