ଗତକାଲି ବିଧାନସଭାରେ ଶୀତ ଅଧିବେଶନ ଚାଲିଥିବା ସମୟରେ ବାହାରେ କଂଗ୍ରେସର ରଣହୁଙ୍କାର ଦେଖିବାକୁ ମିଳିଥିଲା। ଯୁବ ସଭାପତି ରଂଜିତ ପାତ୍ର , ଛାତ୍ର ସଭାପତି ଉଦିତ ପ୍ରଧାନ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ ଙ୍କ ନେତୃତ୍ୱରେ ଯୁବ ଛାତ୍ର କଂଗ୍ରେସର ଏକ ଟିମ ବିଧାନସଭା ରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ OSSSC ଦ୍ୱାରା ପରିଚାଳିତ RI , ଅମିନ ପରୀକ୍ଷା ବାତିଲ କରିବା ଓ ପରୀକ୍ଷା ପରିଚାଳନା ପାଇଁ ଏକ ବ୍ଲକ ଲିସ୍ଟେଡ଼ ସଂସ୍ଥା କୁ ଦାୟିତ୍ୱ ଦେବା ପ୍ରସଙ୍ଗରେ ପ୍ରଶ୍ନ କରିବାକୁ ବିଧାନସଭା ଭିତରକୁ ରବେଶ ପାଇଁ ଉଦ୍ୟମ କରିଥିଲେ।ବିଧାନ ସଭା ଚାଲୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଓଡିଶା ପୋଲିସ ଦ୍ୱାରା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ବିଧାନସଭା ସମ୍ମୁଖରେ ଅଟକ ଯାଇଥିଲା। ଫଳରେ ବ୍ୟାରିକେଟ ଭାଙ୍ଗି ଭିତରକୁ ପ୍ରବେଶ ଉଦ୍ୟମ କରିଥିଲା କଂଗ୍ରେସ। ଫଳରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶା ପୋଲିସ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟରେ ଧସ୍ତା ଧସ୍ତୀ ପରିସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା ଓଡିଶା ପୋଲିସ। ଛାତ୍ର କଂଗ୍ରେସର ପର୍ଯ୍ୟବେକ୍ଷକ ଚୁନୁ ସିଂ ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରନ ମାଝି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଅପାଠୁଆ କରିବାକୁ ଚାହୁଁଥିବା ପ୍ରତିକ୍ରିୟା ରଖିଥିଲେ ।
OSSSC ସ୍ୱର ପରିଚାଳିତ RI , ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ବାରମ୍ବାର ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ ,,, ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଂ ସୁରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରିଥିଲା କଂଗ୍ରେସ .. ଆଜି ବିଧାନ ସଭା ଘେରାଉ କରିବା ସହ ରଣକ୍ଷେତ୍ର ପାଲଟିଥିଲା ରାଜଧାନୀର ଗାନ୍ଧୀମାର୍ଗ।