ଓଡିଶୀ ରେ “କୃଷ୍ଣ କଥା ” ଓ ମୋହିନୀଆଇଟମ ରେ “ମଧୁରାଅଷ୍ଟାକମ “ନୃତ୍ୟ କୁ ନେଇ ନୃତ୍ୟରେ ବିମୁଗ୍ଧ ହେଲେଦର୍ଶକ।
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ଆୟୋଜିତ ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ-୨୦୨୪ ର ଆଜି ଥିଲା ତୃତୀୟ ସନ୍ଧ୍ୟା। ତୃତୀୟ ସନ୍ଧ୍ୟାରେ ଅତିଥି ଭାବେ ପୁରୀ ଗଜପତି ମହାରାଜ ଓ ରାଜ୍ୟ ଆଇନି ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ପ୍ରମୁଖ ଜଗନ୍ନାଥ ଙ୍କୁ ଫୁଲ ଅର୍ପଣ କରି ଉଦ୍ଘାଟନ କରିଥିଲେ ।ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଣୀ ଙ୍କ ସହ ଗ୍ୟାଲେରୀ ରେ ବସି ଓଡିଶୀ ନୃତ୍ୟକୁ ଖୁବ ଉପଭୋଗ କରିଥିଲେ ।
ତୃତୀୟ ସନ୍ଧ୍ୟା ର ପ୍ରଥମ ଉପସ୍ଥାପନ ରେ କୋଲକତାର ଦର୍ପଣୀ ଅନୁଷ୍ଠାନ ର ଗୁରୁ ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଓ ସାଥି ଙ୍କ ଦ୍ଵାରା କବି ଜୟଦେବ ଙ୍କ ଦ୍ଵାରା ରଚୟିତ ଶ୍ରୀ ଗୀତ ଗୋବିନ୍ଦ ମଙ୍ଗଳ ସ୍ତୁତି ରୁ ନୃତ୍ୟ ଆରମ୍ଭ କରିବା ପରେ ହଂସଧ୍ୱନୀ ପଲ୍ଲବୀ” ନୃତ୍ୟଉପସ୍ଥାପନା କରିଥିଲେ ।ପରେ ପରେ ଅବତାରଲୀଳା ମାଧୁରୀ କୁ ନେଇ କୃଷ୍ଣ କଥାରେ ଭକ୍ତି ଓ କର୍ମ ଯୋଗର ଅବତାରଣ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀ ମାନେ ଅତି ଚମତ୍କାର ନୁତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ଦ୍ବିତୀୟ ଚରଣରେ ଶାସ୍ତ୍ରୀୟ ମୋହିନୀଆଟମ ନୃତ୍ୟ ରେ ଗୁରୁ ଓ ସାଥି ଙ୍କ ଦ୍ଵାରା ପ୍ରଥମେ “ଗଣପତି ବନ୍ଦନା “ନୃତ୍ୟ ଆରମ୍ଭ କରି “କାତାୟାନୀ ଦେବୀ” ଙ୍କ ସ୍ତୁତି ରେ ଶକ୍ତି ଉପାସନା ଚିତ୍ରକୁ ଅତି ସୁନ୍ଦର ଭାବେ ପରିବେଷଣ କରି ନୃତ୍ୟ ଶିଳ୍ପୀ ମାନେ ଭକ୍ତିଦର୍ଶନ ରେ ଦର୍ଶକଙ୍କୁ ଭାବ ଓ ଭକ୍ତିରେ ଲୀନ କରିଥିଲେ।ସନ୍ଧ୍ୟାର ଅନ୍ତିମ ପର୍ଯ୍ୟାୟରେ କବି ବଲ୍ଲଭାଚାର୍ଯ୍ୟ କୃତ କୃଷ୍ଣ ଙ୍କ ସକାଳ ମଧୁରିମା କୁ ନେଇ “ମଧୁରାଅଷ୍ଟାକମ” ନୃତ୍ୟ ଅତି ନିଖୁଣ ଉପସ୍ଥାପନା କୁ ନେଇବେଶ ମନଛୁଆଁ ହୋଇଥିଲା । ଆଜିର ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ମାନସୀ ମିଶ୍ର ସଂଯୋଜନା କରିଥିଲା ବେଳେ ସଂଯୋଜିକା ଭାବେ ଡକ୍ଟର ସଂଗୀତା ଗୋସ୍ୱାଇଁ ସହଯୋଗ କରିଥିଲେ ।