ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବଂ ଏହାରି ଭିତରେ ଆପର ଶକ୍ତି ଅନେକ କ୍ଷେତ୍ରରେ ଦୃଢ ହୋଇଛି। ଆଉ ଏବେ ଆପ ଦଳରେ ସାମିଲ ହେଲେ ଆଉ ଜଣେ ନୂଆ ସଦସ୍ୟ। ଅରବିନ୍ଦ କେଜ୍ରିଆଲ ଏବଂ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ଆପରେ ଯୋଗ ଦେଇଛନ୍ତି ଅବଧ ଓଝା। ଦେଶର ଏକାଧିକ ଖ୍ୟାତିସମ୍ପନ୍ନ ଶିକ୍ଷକମାନଙ୍କ ଭିତରୁ ଅବଧ ଓଝା ହେଉଛନ୍ତି ଜଣେ ଜଣାଶୁଣା ଶିକ୍ଷକ। ସମଗ୍ର ଦେଶରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଖୁବ୍ ପରିଚିତ ଅବଧ ଓଝା।
ଅବଧ ଓଝା ଯୁପିଏସିଇ ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ପାଠ ପଢାନ୍ତି। କେବଳ ଏତିକି ନୁହେଁ ୟୁଟ୍ୟୁବ୍ ମାଧ୍ୟମରେ ପିଲାଙ୍କୁ ଗାଇଡ କରନ୍ତି। ଏହାସହ ଜଣେ ମୋଟିଭେସନାଲ ସ୍ପିକର ଭାବେ ଘରେ ଘରେ ପରିଚିତ।
ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ତାଙ୍କ ଘର । ୟୁପିଏସଇ ପରୀକ୍ଷାରେ ଅନେକ ବାଧାବିଘ୍ନତାର ସମ୍ମୁଖୀନ ହେବା ପରେ ସେ ଆହ୍ଲାବାଦର କୋଚିଂ ସେଣ୍ଟରରେ ପାଠ ପଢିବା ଆରମ୍ଭ କରିଥିଲେ। ଯେତେବେଳେ କୋରୋନା ଭାଇରସ ଆସିଥିଲା ସେ ସମୟରେ ଅଫଲାଇନ୍ କ୍ଲାସ୍ ବନ୍ଦ ରହିବାରୁ ୟୁଟ୍ୟୁବ ତାଙ୍କ ପାଇଁ ଏକ ମାଧ୍ଯମ ପାଲଟିଗଲା। ଫଳରେ ସେ ୟୁଟ୍ୟୁବରେ ପାଠପଢାଇବା ଆରମ୍ଭ କଲେ। ସେ ଦିଲ୍ଲୀର ଅନେକ ନାମୀଦାମୀ ଆଇଏସ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଛନ୍ତି।
ଆପରେ ଅବଧ ଓଝା ସାମିଲ ହେବା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଦଳରେ ସ୍ବାଗତ କରିବା ସହ ଦିଲ୍ଲୀରେ ଶିକ୍ଷାକ୍ଷେତ୍ରରେ କ୍ରାନ୍ତି ଆଣିବାରେ ସେ ସହାୟକ ହେବେ ବୋଲି କରିଛନ୍ତି। ଏବଂ ଦଳ ତାଙ୍କର ପ୍ରୟାସ ଏବଂ ଚିନ୍ତାଧାରାକୁ ସମ୍ନାନ ହେବ। ଏମିତିରେ ସେ ଦିଲ୍ଲୀରେ ଆପର ଟିକେଟରୁ ନିର୍ବାଚନ ମଇବଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି। ସେପଟେ ଅବଧ ଓଝା ଦଳରେ ସାମିଲ ହେବା ପରେ ଆପର ସମସ୍ତ ନେତା ଏବଂ କର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ସେ ଏହି ଦଳରେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ବିକାଶ କରିବେ ବୋଲି ମନ୍ତବ୍ୟ ଦେଇଛନ୍ତି।