ସରି ଆସୁଛି ବର୍ଷ 2024 । ଆଉ କିଛି ଦିନ ପରେ ସାରା ବିଶ୍ବ 2025କୁ ସ୍ବାଗତ କରିବ ଆଉ 2024 କୁ ବିଦାୟ ଦେବ। ନୂଆବର୍ଷ ଆସିବା ମାତ୍ରେ ସମସ୍ତେ ଚିନ୍ତାରେ ପଡ଼ିଯାଆନ୍ତି, କି ଏହି ବର୍ଷ ସେମାନଙ୍କ ପାଇଁ କେତେ ଭଲ କେତେ ଖରାପ ହେବ। ପୂର୍ବ ବର୍ଷ ଭଳି ପୁଣି ଏଇ ବର୍ଷ ହେବନି ତ, ଏମିତି କେତେ କଣ ଭାବନା ମନରେ ଆସେ। ଆମେ ସୂର୍ଯ୍ୟ ଚନ୍ଦ୍ର ସହିତ ଜଡ଼ିତ ଥିବାରୁ କେତେ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ଲାଗିବ ସେ ନେଇ ମଧ୍ୟ ଜାଣିବାକୁ ଆମ ଆଗ୍ରହୀ ହୋଇଥାଓ।
ଶାସ୍ତ୍ର ଅନୁସାରେ ଗ୍ରହଣ କେଉଁଠି ନା କେଉଁଠି ଆମ ଜୀବନକୁ ପ୍ରଭାବିତ କରେ। ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ବିଶ୍ବାସ ରହିଛି । ଜ୍ୟୋତିଷଙ୍କ ମତରେ ଗ୍ରହ-ନକ୍ଷତ୍ରର ପରିବର୍ତ୍ତନର ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡ଼ିଥାଏ । କିଛି ଲୋକଙ୍କ ପାଇଁ ଏହା ଶୁଭ ହୋଇନଥାଏ। ଏଥିଲାଗି ଆମେ ଗ୍ରହଣ ସମୟରେ ଖାଦ୍ୟକୁ ତ୍ୟାଗ କରିଥାଉ । ହିନ୍ଦୁ ଧର୍ମରେ ଉଭୟ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ଅଶୁଭ ବୋଲି ବିବେଚନା କରାଯାଏ ଏବଂ ସେଥିପାଇଁ ‘ଚନ୍ଦ୍ରଗ୍ରହଣ’ ସମୟରେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜା କରିବାକୁ ବାରଣ କରାଯାଏ।
ତେବେ ନବବର୍ଷ 2025 ରେ 4ଟି ଗ୍ରହଣ ଲାଗିବ। ଯେଉଁଥିରେ 2ଟି ‘ଚନ୍ଦ୍ରଗ୍ରହଣ’ ଓ 2ଟି ‘ସୂର୍ଯ୍ୟପରାଗ’ ଲାଗିବ। 2025 ପୃଥିବୀବାସୀ ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ପାଇବେ, ଯାହାକି ଏକ ବଡ଼ ମହାଜାଗତିକ ସଂଯୋଗ ହେବାକୁ ଯାଉଛି ।