ପଶ୍ଚିମବଙ୍ଗ ସରକାର ପୁଣିଥରେ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବ୍ୟବସାୟୀ ସଂଘ । ଏବେ କୌଣସି ଶୀତଳ ଭଣ୍ଡାରରେ ଆଳୁ ନାହିଁ। ପଶ୍ଚିମବଙ୍ଗରୁ ଆଳୁ ନ ଆସିଲେ ଏହାର ବଡ଼ ପ୍ରଭାବ ପଡିବ କହି ଗର୍ଜିଛନ୍ତି ସଂଘ । ଆଳୁର ପୂର୍ବ ସଙ୍କଟ ସମୟରେ ସରକାର ବ୍ୟବସାୟୀଙ୍କ କଥାକୁ ଗୁରୁତ୍ୱ ଦେଲେ ନାହିଁ। ଦୋଷ ନ କରି ବ୍ୟବସାୟୀଙ୍କୁ ଅପବାଦ ଦେଲେ। ଏହା ବ୍ୟବସାୟୀଙ୍କ ଆତ୍ମାକୁ ବାଧିଛି। ତେଣୁ ସଂଘ ନିଷ୍ପତ୍ତି ନେଇଛି ଶ୍ରେୟ ନେବାର ନାହିଁ କି କିଛି କରିବୁ ନାହିଁ। ବସିବୁ ପଛେ କିଛି କରିବୁନି। ସରକାର ଯଦି ନ ପାରିଲେ ବ୍ୟବସାୟୀ ସଂଘ ପଦକ୍ଷେପ ନେବ। ଖାଉଟିଙ୍କର ସମସ୍ୟା ହେଲେ ଓ ସରକାର ନ ପାରିଲେ ବ୍ୟବସାୟୀ ମାନେ ପଦକ୍ଷେପ ନେବେ। ସରକାର ସେତେବେଳେ କହିଥିଲେ ଟ୍ରେନ ରାକରେ ଆଳୁ ଆଣିବୁ ବୋଲି। ପଞ୍ଜାବ ୟୁପିରୁ ଆଣିବାକୁ କହିଥିଲେ। ତେଣୁ ଏବେ ଯେଉଁଠୁ ଆଣିକି ଦେଲେ ଆମେ ବିକିବୁ। ସରକାର ଏବେ ବାସ୍ତବତାକୁ ଅନୁଭବ କରନ୍ତୁ ବୋଲି ବ୍ୟବସାୟୀ ସଂଘ କହିଛି । ସରକାରଙ୍କ ପଦକ୍ଷେପ ଆଦୌ ସଫିସିଏଣ୍ଟ ନ ଥିଲା। ସରକାର ସେତେବେଳେ ଗଠନ ମୂଳକ ପଦକ୍ଷେପ ନେଇ ନ ଥିଲେ। ସେତେବେଳେ ବ୍ୟବସାୟୀ ମାନେ ଲୋକଙ୍କ ସ୍ୱାର୍ଥ ପାଇଁ ପଦକ୍ଷେପ ନେଇଥିଲେ କିନ୍ତୁ ଏହାର ପରିଣାମ ବ୍ୟବସାୟୀ ମାନେ ଭୋଗୁଛନ୍ତି। ତେଣୁ ଏବେ ଆଉ କିଛି କରିବାର ନାହିଁ। ଲୋକ ଭୋଗିଲେ ସରକାରଙ୍କୁ ପଚାରନ୍ତୁ। କୋଉଠି ବ୍ୟବସାୟୀ କିଏ ଆଳୁ ଯଦି ମହଜୁଦ ରଖିଛି ସରକାର ରେଡ଼ କରନ୍ତୁ ବୋଲି ସଂଘ ପକ୍ଷରୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି । ଏବେ ପଶ୍ଚିମବଙ୍ଗ ଆଳୁ ଗାଡି ଅଟକାଇବା ପରେ ରାଜ୍ୟର ବ୍ୟବସାୟୀ ମାନେ ଆଉ ସଙ୍କଟ ନେଇ ଆକଳନ ଆରମ୍ଭ କରିଛନ୍ତି । ଏବେ ରାଜ୍ୟରେ ଆଳୁ ଆଉ ଷ୍ଟକ ନାହିଁ। ସର୍ବାଧିକ ୪ ରୁ ୫ ହଜାରର ଟନ ଷ୍ଟକ ଅଛି। ଦୈନିକ ୪୫୦୦ ଟନ ଆଳୁ ଆବଶ୍ୟକ। ତେଣୁ ଯାହା ଆଳୁ ଅଛି ଗୋଟିଏ ଦିନ ହିଁ ଯିବ। ସରକାରଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ସରକାର ତାଙ୍କର ଯାହା କରିବେ ବୋଲି କହିଛି ସଂଘ।