ଚାଷୀ ଙ୍କୁ ମିଳୁ ନାହିଁ, ଆଳୁ ଖୋଲା ବଜାର ରେ ବିକ୍ରି ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ବିହନ । ପିପିଲି ସାତଶଙ୍ଖ ହାଟ ଆଳୁ ଗୋଦାମ ରେ ସରକାରୀ ଆଳୁ ବିହନ ବିକ୍ରି କୁ ନେଇ ଏବେ ସରକାରୀ ଅଧିକାରୀ ଓ ସରକାର ଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ଚାଷୀ ଓ ବିଭିନ୍ନ ରାଜନୈତିକ ଦଳ ।
ଗତ କିଛିଦିନ ଧରି ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିବା ବେଳେ ଆଳୁ ଚାଷ ପାଇଁ ସରକାର ଚାଷୀଙ୍କୁ ଆଳୁ ବିହନ ସୁଲଭ ମୂଲ୍ୟରେ ଯୋଗାଇ ଦେବା ର ବ୍ୟବସ୍ଥା କରିଛନ୍ତି , କିଲୋ ପ୍ରତି ୨୦ଟଙ୍କା ହିସାବ ରେ ଚାଷୀ ପ୍ରତି ତିନି ବସ୍ତା କିମ୍ବା ୫ ବସ୍ତା ଆଳୁ ବିହନ ଯୋଗାଇ ଦେବା ର ବ୍ୟବସ୍ଥା ରହିଛି। ମାତ୍ର ସରକାରୀ ଆଳୁ ବିହନ ଚାଷୀ ଉଦ୍ୟାନ ବିଭାଗ ପରିବର୍ତ୍ତେ ବଜାର ରେ କିଣୁ ଥିବାର ଏବେ ନଜର କୁ ଆସିଛି । ଦେଖନ୍ତୁ ଏହି ଭିଜୁଆଲ କୁ ଭଲ କରି ଯେଉଁ ଥିରେ ଚାଷୀ ଓ ଆଳୁ ଗୋଦାମ ରେ ଥିବା ବ୍ୟକ୍ତି ବିଶେଷ ସରକାରୀ ଆଳୁ ବିହନ କୁ ନେଇ କଥା କଟାକଟି ହେଉଛନ୍ତି । ସରକାରୀ ଆଳୁ ବିହନ ଏଠାକୁ କେମିତି ଆସିଲା, ଗୋଦାମ ରେ ଗଛିତ ଥିବା ସରକାରୀ ଆଳୁ ବିହନ ପଛରେ କାହାର ରହିଛି ହାତ ତାହାକୁ ନେଇ ଏବେ ଉଦ୍ୟାନ ବିଭାଗ କୁ ଟାର୍ଗେଟ କରିଛି କଂଗ୍ରେସ । ସରକାରୀ ଆଳୁ ବିହନ କଳା ବଜାରୀ ହେଉଥିବା ବେଳେ ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ ରଖିଛନ୍ତି । ସେହିପରି ଆଳୁ କଳା ବଜାରୀ ପଛରେ ବିଭାଗୀୟ କର୍ମଚାରୀ ଙ୍କ ହାତ ରହିଛି ବୋଲି ପିପିଲି ପୂର୍ବତନ ଆତ୍ମା ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ କହି ଆଳୁ ବିହନ କଳା ବଜାରୀ ର ଗୁମର ଖୋଲିଛନ୍ତି ।
ସେପଟେ ସରକାରୀ ଆଳୁ ସାତଶଙ୍ଖ ବଜାର ରେ ଥିବା ଆଳୁ ଗୋଦାମ ରେ କିଭଳି ଗଛିତ ରହିଲା ତାହା ଅନୁଧ୍ୟାନ କରିବା ନିମନ୍ତେ ଉଦ୍ୟାନ ବିଭାଗ ପ୍ରାୟ ୫ ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଆଳୁ ଗୋଦାମ ରେ ଥିବା ସରକାରୀ ଆଳୁ ବିହନ ଜନୈକ ଚାଷୀ ର କହି ବିଭାଗର ଦୁର୍ବଳତା କୁ ପଦା ରେ ପକାଇଛି । ସରକାରୀ ଆଳୁ ବିହନ ଗୋଦାମ ରେ ଗଛିତ ରଖିବାକୁ ଅତି ହାଲୁକା ଭାବରେ ନେଇଛି ବିଭାଗ |
ଜିଲ୍ଲା ରେ ପ୍ରାୟ ତିନି ଶହ ୫୦ହେକ୍ଟର ଆଳୁ ଚାଷ କରିବା ପାଇଁ ସରକାର ସ୍ତ୍ରରରେ ବ୍ୟବସ୍ଥା କରାଯାଇ ଥିଲା ବେଳେ ଆଳୁ ବିହନ ର କଳାବଜାରୀ ଆଳୁ ଚାଷ କୁ ପ୍ରଭାବିତ କରିବ ।