ଲୋକପ୍ରିୟ ଓ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ନିଜ ଛାଡପତ୍ରକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ନିଜ ପତ୍ନୀଙ୍କ ସାଇରା ବାନୁଙ୍କ ଠାରୁ ସେ ଅଲଗା ହୋଇ ସାରିଛନ୍ତି । ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏ. ଆର୍. ରହମାନ୍ ଓ ତାଙ୍କ ପତ୍ନୀ ସାଇରା ବାନୁଙ୍କ ବିବାହ ବିଚ୍ଛେଦ ଖବର ଏବେ ସମସ୍ତେ ଜାଣନ୍ତି । ସେମାନଙ୍କ ବିବାହକୁ ୩୦ ବର୍ଷ ପୂରିବାକୁ ମାତ୍ର ଗୋଟାଏ ବର୍ଷ ବାକି ଥିବାବେଳେ ଭାଙ୍ଗିଯାଇଛି ଦାମ୍ପତ୍ୟର ପ୍ରାଚୀର। ବଲିଉଡ୍ର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଛାଡ଼ପତ୍ର ପାଇଁ ରହମାନଙ୍କ ଗୀଟାରିଷ୍ଟ ମୋହିନୀ ଦେ’ ଦାୟୀ ବୋଲି କୁହାଯାଉଛି | କାରଣ ରହମାନଙ୍କ ଛାଡ଼ପତ୍ର ପରେ ପରେ ମୋହିନୀ ନିଜ ସ୍ଵାମୀଙ୍କଠାରୁ ଛାଡ଼ପତ୍ର ନେଉଥିବା ଘୋଷଣା କରିଥିଲେ | ଯାହା ଚାରିଆଡେ ଚର୍ଚ୍ଚା ସାଉଁଟୁଛି ଏବେ । ଏହା ଉପରେ ପ୍ରତିକ୍ରିୟା ଦେଇ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି ମୋହିନୀ। ସେ କହିଛନ୍ତି ଯେ, “ମୋ ଜୀବନରେ ଅନେକ ପିତୃତୂଲ୍ୟ ବ୍ୟକ୍ତିତ୍ବ ଓ ଆଦର୍ଶ ଅଛନ୍ତି, ଯେଉଁମାନେ ମୋତେ ବହୁତ କିଛି ଶିଖାଇଛନ୍ତି ଓ ଆଗକୁ ବଢ଼ିବାରେ ସାହାଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏଆର ରହମାନ। ମୁଁ ତାଙ୍କୁ ବହୁତ ସମ୍ମାନ କରେ। ସେ ମୋ ବାପାଙ୍କ ପରି। ସେ ବାସ୍ତବରେ ମୋ ବାପାଙ୍କଠାରୁ ଟିକିଏ ସାନ | ତାଙ୍କ ଝିଅ ଠିକ୍ ମୋ ବୟସର, ମୁଁ ଭାବୁଛି | ଆମମାନଙ୍କର ପରସ୍ପର ପ୍ରତି ଭଲପାଇବା ଓ ସମ୍ମାନ ରହିଛି।” ତେବେ ଏ.ଆର ରହମାନଙ୍କ ବିବାହ ବିଚ୍ଛେଦର କାରଣ ସତରେ କ’ଣ ତାହା ତ ଆଗାମୀ ଦିନ ହିଁ କହିବ । ମାତ୍ର ସତରେ ଯଦି ମୋହିନୀଙ୍କ ମୋହରେ ପାଗଳ ଥାଆନ୍ତି ରହମାନ ତେବେ ତାହା ମଧ୍ଯ ଖୁବ ଶୀଘ୍ର ସଭିଙ୍କ ନଜରକୁ ଆସିବ । ମାତ୍ର ଗୀତାରିଷ୍ଟ ମୋହିନୀଙ୍କ ମୋହ ପାଇଁ ରହମାନଙ୍କ ପରିବାର ଭାଙ୍ଗିଯାଇଥିବା ଫ୍ଯାନ୍ସ ମତ ରଖିଛନ୍ତି ।