ପୁଣି ଅଡୁଆରେ ଅଭିନେତ୍ରୀ ଶିଳ୍ପା ସେର୍ଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ରାଜ କୁନ୍ଦ୍ରାଙ୍କ ଘରେ ପଶିଲା ଇଡି। ଫର୍ଣ୍ଣୋଗ୍ରାଫି ମାମଲାରେ ପୂର୍ବରୁ ବିବାଦ ଘେରରେ ଥିବା ରାଜ କୁନ୍ଦ୍ରାଙ୍କ ଘରେ ଇଡି ଚଢାଉ କରିଛି। ମୋବାଇଲ୍ ଆପ୍ ଜରିଆରେ ଅଶ୍ଳୀଳ ଭିଡିଓ କରି ବିତରଣ କରିବା ମାମଲାରେ (ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ କରିଛି ଚଢାଉ। ଇଡି କେବଳ ରାଜ କୁନ୍ଦ୍ରାଙ୍କ ଘରେ ନୁହେଁ ବରଂ ଅଶ୍ଳୀଳ ଭିଡ଼ିଓ ମାମଲାରେ ସାମିଲ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଖୋଜୁଛି। ଦୀର୍ଘ ଦିନ ଧରି ଇଡି ନଜରରେ ଥିଲେ ରାଜ କୁନ୍ଦ୍ରା। ଏପରିକି ଏ ମାମଲାରେ ଜୁଲାଇ ୨୦୨୧ରେ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ଗିରଫ କରିଥିଲା। ତେବେ ଅଭିଯୋଗ ଅନୁସାରେ ରାଜ କୁନ୍ଦ୍ରା ମୋବାଇଲ୍ ଆପ୍ ଜରିଆରେ ଅଶ୍ଳୀଳ ଭିଡିଓ କରି ବିତରଣ କରି ବିପୁଳ ଅର୍ଥ ରୋଜଗାର କରୁଥିଲେ। ମୋବାଇଲ ଆପ ହଟ୍ ସଟ୍ ଜରିଆରେ ଏହି ସବୁ ଭିଡିଓ ପଠାଯାଉଥିଲା ଏହି ସବୁ ଭିଡିଓ ଆପଲ ଏବଂ ଗୁଗୁଲ ପେ ପରି ପ୍ଲାଟଫର୍ମରେ ଉପଲବ୍ଧ ହେଉଥିଲା।କିନ୍ତୁ ଅଭିଯୋଗ ଆସିବା ପରେ ଏହି ସବୁ ପ୍ଲାଟଫର୍ମକୁ ଭିଡିଓକୁ ଡିଲିଟ କରାଯାଇଛି।