ଡିଜିପି ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ। ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ ଜାରି ହୋଇଛି କଟକଣା। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ଯିବା ଆସିବା ମନା ହୋଇଛି। । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ଜୟଦେବ ବିହାର, ନାଲକୋ ଛକ ଯାଏ ରହିଛି କଟକଣା । ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେଠାରେ କଟକଣା ରହିବ।BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ।
ସେହିଭଳି ମୋ ବସ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବ । ବିଭିନ୍ନ ରୁଟରେ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଇଛି । ରୁଟ୍ ନମ୍ବର ୯, ୧୦, ୧୧, ୧୨,୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ।ତେବେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦର ନିକଟରେ ଏକ ସଭାରେ ଉଦବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯିବେ । ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ।ପରେ ବିଜେପି କର୍ମକର୍ତ୍ତାଙ୍କ ବୈଠକ କରିବେ। ବୌଠକର ଫୋକସରେ ରହିବ ସରକାର ଓ ସଂଗଠନ ।