ଧିରେ ଧିରେ ପାଗ ପରିବର୍ତ୍ତନ ହେଉଛି। ମୌସୁମୀ ପରିବର୍ତ୍ତନ ହେବା ଫଳରେ ଦିନକୁ ଦିନ ଶୀତ ବଢି ବଢି ଚାଲିଛି। ଥଣ୍ଡା ବଢିବା ସହିତ ରୋଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଶୀତ ଦିନରେ ସୁସ୍ଥ ଖାଦ୍ୟ ଖାଇବା ଭଲ ଆପଣଙ୍କ ଶରୀର ପାଇଁ ହିତକାରୀ। ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍, ଆଇରନ୍, ଫାଇବର ଏବଂ କ୍ୟାଲସିୟମ୍ ଆପଣଙ୍କୁ ଖାଇବାକୁ ପଡିବ। ଶୀତକାଳୀନ ସୁପରଫୁଡରେ ଜୋୱାର, ମିଲେଟ, ରାଗି ଖାଆନ୍ତୁ ଯାହାକୁ କଠିନ ଶସ୍ୟ ଖାଆନ୍ତୁ। ତେବେ ଆସନ୍ତୁ ଜାଣିବା ଶୀତଦିନେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ।
ମିଲେଟ: ଭାରତୀୟ ଖାଦ୍ୟରେ ମିଲେଟକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଆମେ ଓଡିଶାରେ ମୁଖ୍ୟତଃ ଏହାକୁ ମାଣ୍ତିଆ ନାମରେ ଜାଣିଛେ। ଶୀତଦିନେ ଏହା ଶରୀରକୁ ଉଷ୍ମତା ଯୋଗାଇଥାଏ। ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ଜିଙ୍କରେ ଭରପୂର ମିଲେଟ ଅଟେ, ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ମଧୁମେହ, ହୃଦରୋଗ ଏବଂ ହଜମ ଜନିତ ସମସ୍ୟାର ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରେ। ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଶୀତ ଦିନେ ଆପଣ ମିଲେଟ ଖିରି, ପରଥା ଏବଂ ଧୋକଲା କିମ୍ବା ଆପଣଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରି କରି ଖାଇପାରିବେ।
ଜୋୱାର: ଶୀତଦିନେ ଜୋୱାର ଖାଇବା ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ। ଏଥିରେ ପ୍ରୋଟିନ୍, ଆଇରନ୍, ଫାଇବର ଏବଂ କ୍ୟାଲସିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହିଛି। ଜୋୱାର ବିଶେଷତ୍ବ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଜୋୱାର ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏହା ରକ୍ତରେ କୋଲେଷ୍ଟ୍ରଲ ସ୍ତରକୁ ସଠିକ୍ ରଖେ।
ରାଗି: ରାଗି ମଧ୍ୟ ଏକ କଠିନ ଶସ୍ୟ ଭାବରେ ଗଣାଯାଏ, ଏହା ଶୀତଦିନେ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହଜମ ପ୍ରକ୍ରିୟାକୁ ବଢାଏ। ରାଗିର ବ୍ୟବହାର ମାଂସପେଶୀର ଶକ୍ତି ବୃଦ୍ଧି ଏବଂ ରକ୍ତରେ ଚିନି ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ।
ମୁଗ ଡାଲି- ମୁଗ ଡାୱିରେ ବି ଭରପୂର ପ୍ରୋଟିନ ଥାଏ। ଶୀତଦିନେ ମୁଗ ଡାଲି ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, ଫାଇବର ଏବଂ ଆଇରନ୍ ରହିଛି। ହରଡ ଡାଲି ହଜମକୁ ଉନ୍ନତ କରିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବକୁ ଦୂର କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ସଠିକ୍ ହଜମ ବଜାୟ ରଖିବା, ହୃଦରୋଗକୁ ରୋକିବା ଏବଂ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିବାରେ ଏହା ସହାୟକ ହୋଇଥାଏ। ଏହିପରି, ଏହି ସୁପର ଖାଦ୍ୟ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରର ଶକ୍ତି ବଜାୟ ରଖେ ।ଏହା ବ୍ୟତୀତ ଏହି ଶସ୍ୟ ଚର୍ମ ଏବଂ କେଶ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ।