ଶୀତ ଦିନରେ ଆପଣମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବେ। ଏହି ଊତୁରେ ଆପଣଙ୍କ, କେଶରେ ରୁପୀ ଓ ଡ୍ରାଏ ହୋଇଯାଉଥିବ। ଯଦ୍ବାରା ଆମେ ଅନୁଭବ କରିଥାଉ ଯେ ଆମ କେଶର ଯତ୍ନ ନିତ୍ୟକର୍ମରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ଯେପରି ଆମର ସ୍କିନ ଡ୍ରାଏ ହୋଇଯାଏ ତେବେ ଆମକୁ କେୟାର କରିବାକୁ ପଡେ, ସେହିଭଳି ପରିବର୍ତ୍ତିତ ହେଉଥିବା ଊତୁ ସହିତ ମୁକାବିଲା କରିବା ପାଇଁ ଆମ କେଶର ମଧ୍ୟ ଅଧିକରୁ ଅଧିକ ଯତ୍ନ କରିବା ଆବଶ୍ୟକ। ଯଦି ଆପଣ ଏହି ପାଗର ପ୍ରଭାବରୁ ଆପଣଙ୍କ କେଶକୁ କିପରି ରକ୍ଷା କରିବେ ସେ ବିଷୟରେ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ଏହି ଲେଖାଟି ଆପଣଙ୍କ ପାଇଁ ।
ଆମ କେଶ ଖରା ଦିନ ଅପେକ୍ଷା ଶାତଦିନେ ଅଧିକ ଡ୍ରାଏ ହେଇଯାଏ। ରୁପୀ ମଧ୍ୟ ହୋଇଯାଏ। କେଶରେ ତେବେ ଆପଣ ନିଜ କେଶର କେୟାର ନେବା ପାଇଁ କ୍ରିମ ଲଗାନ୍ତୁ। ଆପଣ କୌଣସି ବି ହେୟାର କ୍ରିମ ବ୍ୟବହାର କରିପାରିବେ। ଯଦି ଆପଣ ଡ୍ରାଏ କେଶକୁ ସ୍ୱାଭାବିକ ରଖିବାକୁ ଚାହାଁନ୍ତି, ତେବେ ପ୍ରତି ସପ୍ତାହରେ କିମ୍ବା ଦୁଇରୁ ତିନି ଦିନ ମଧ୍ୟରେ କେଶରେ ସାମ୍ପୋ କରିବା ସହ କଣ୍ଡିସନର ଲଗାନ୍ତୁ। ଶାତ ଦିନେ ଗରମ ପାଣିରେ କେଶ ଧୋଇବାରୁ ଯଥେଷ୍ଟ ଦୂରରେ ରୁହନ୍ତୁ। ନତେଚ ଆପଣଙ୍କ କେଶ ଡ୍ରାଏ ହେବା ସହ ଚୁଟି ଝଡିବାର ସମ୍ଭାବନା ବଢିଯାଏ। ବିଶେଷ କରି ଅତ୍ୟଧିକ ଥଣ୍ଡା ପାଗରେ ଟୋପି ପିନ୍ଧନ୍ତୁ। ନଚେତ କେଶକୁ ଘୋଡାଇ ରଖନ୍ତୁ। ଏଭଳି କରିବା ଦ୍ବାରା ଆପଣଙ୍କ କେଶରେ ରୁପୀ କମ ହେବ। ଏହାସହ ଶୀତର ପ୍ରଭାବ କେଶ ଉପରେ ପଡିବ ନାହିଁ ଏବଂ ଆପଣଙ୍କ ଚୁଟି ମଧ୍ୟ ଡ୍ରାଏ ହେବ ନାହିଁ। ଆପଣଙ୍କ କେଶକୁ ମଶ୍ଚରାଇଜ୍ କରିବା ପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ। କାରଣ ପାଣି ଶରୀର ପାଇଁ ଯେତେ ଆବଶ୍ୟକ ସେତିକି କେଶ ମଜବୁତ ପାଇଁ ଆବଶ୍ୟକ |