ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଗ୍ରାମ ପଞ୍ଚାୟତ ଦେଉଳସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ସେଇ ଗାଁର ସୁଜିତି ବେହୁରାଙ୍କ ନାଁବାଳକ ପୁଅ ଯେ କି କେନ୍ଦ୍ରାପଡା ଆଦର୍ଶ ଵିଦ୍ୟାଳୟର +୨ ଦ୍ୱିତୀୟ ବର୍ଷ ବାଣୀଜ୍ୟ ଛାତ୍ର ଥିଲେ। ଗତ୧୨ତାରିଖ ରାତିରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ।ହେଲେ ପରିବାର ଲୋକେ ପୁଅର ମୃତ୍ୟୁର କାରଣ ଜାଣି ନପାରି ସ୍ଥାନୀୟ ଗ୍ରାମର ମୁରବିଙ୍କ ପରାମର୍ଷ କ୍ରମେ ମୃତ ଦେହକୁ ପୋତି ଦେଇଥିଲେ ।ପରବର୍ତ୍ତୀ ସମୟରେ ମୃତ ନାଁବାଳକର ମୋବାଇଲର ଲକ ଖୋଲିବା ପରେ, ପ୍ରେମ ସମ୍ପର୍କକୁ ନେଇ ନାଁବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।ଏନେଇ ଗତକାଲି ରାଜକନିକା ଥାନାରେ ମୃତ ନାଁବାଳକର ମାଆ ସେହି ଗାଁର ସମ୍ପୃକ୍ତ ପ୍ରେମିକାର ମା ଲିଜାରାଣୀ ନାଥ ସ୍ୱମୀ ସୁଶାନ୍ତ ନାଥ, ଝିଅ ସ୍ନେହାଶ୍ରୀ ନାଥ ଓ ଜେଜେ ବାପା ବଂଶୀଧର ନାଥଙ୍କ ନାମ ରେ ଏତଲା ଦେଇଥିଲେ।ଏତଲାକୁ ଆଧାରକରି ଆଜି ରାଜକନିକା ପୋଲିସ, ସାଇଣ୍ଟିଫିକ ଟିମ,କନିକା ତହସିଲଦାର ଅଶୋକ କୁମାର ଦେହୁରୀ,ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତକରି ପୋଷ୍ଟମଟମ କରିବା ପରେ ରାଜକନିକା ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।