ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ ଅପଡେଟ୍। ହିତାଧୀକାରୀଙ୍କ ଆକାଉଣ୍ଟକୁ ଆସିବ ସିଧାସଳଖ 5ହଜାର ଟଙ୍କା। ସମସ୍ତ ଅଙ୍ଗନବାଡୀ କର୍ମୀଙ୍କୁ ସାମିଲ କରାଯିବା ସହ ଡିସେମ୍ବର 1 ସୁଦ୍ଧା 1କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନା ଲାଗି ଆବେଦନ କରି ବାଦପଡିଥିବା 2 ଲକ୍ଷ 76 ହଜାର ହିତାଧୀକାରୀଙ୍କୁ ସାମିଲ କରିବା ପାଇଁ ଗୁରୁବାର ସନ୍ଧ୍ୟାରେ ହେବାକୁ ଯାଉଛି ଗୁରୁତ୍ବପୂର୍ଣ ବୈଠକ। 5 ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଅପିଲ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଚତୁର୍ଥ ପର୍ଯ୍ୟାୟରେ ପୁଣି ଉପକୃତ ହେବେ 80 ଲକ୍ଷ ମହିଳା। ଯଦି ହିତାଧୀକାରୀ କୈାଣସି କାରଣରୁ ବାଦ୍ ପଡନ୍ତି ତେବେ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ । ଡକ୍ୟୁମେଣ୍ଟରେ ମଧ୍ୟ କୈାଣସି ତ୍ରୁଟି ଥାଏ ତେବେ ସଂଶୋଧନ ପରେ ସେମାନଙ୍କୁ ମଧ୍ୟ ମିଳିବ ଟଙ୍କା। ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସବୁଠୁ ବଡ କଥା ହେଲା ଯେଉଁମାନେ ସୁଭଦ୍ରା ଟଙ୍କାକୁ ଡିଜିଟାଲ ଉପାୟରେ ଖର୍ଚ କରିବେ ସେମାନଙ୍କୁ ଆଉ 500 ଟଙ୍କା ବୋନସ୍ ମିଳିବ ବୋଲି ସୂଚନା ରହିଛି। କେବଳ ସେତିକି ନୁହେଁ , ନାଁ କିମ୍ବା ନୁହେଁ ଅନ୍ୟ ତଥ୍ୟ ମେଳ ଖାଉନଥିଲେ ବି ସେମାନେ ସୁଭଦ୍ରା ତାଲିକାରୁ ଅଯୋଗ୍ୟ ବିବେଚିତ ହେବେ। ସେହିଭଳି 60 ବର୍ଷରୁ ଅଧିକ କୈାଣସି ମହିଳା ସୁଭଦ୍ରା ତାଲିକାରେ ସାମିଲ୍ ହୋଇପାରିବେ ନାହିଁ। ଯଦି ଆବେଦନ କରିବେ ତେବେ ନାଁ କଟିଯିବ। ତେବେ ଖାରଜ ହୋଇଥିବା 2 ଲକ୍ଷ 67 ହଜାର ଆବେଦନ ରି- ଚେକ୍ ହେବ। ବାରମ୍ବାର ଏହି ସବୁ ଚେକ୍ କରାଯିବ । କେହି ଯେପରି ଏଥିରୁ ବଂଚିତ ହେବେନାହିଁ ସେଥିପାଇଁ 1 ତାରିଖରେ ନୋଡାଲ୍ ଏଜେନ୍ସି ନିଯୁକ୍ତି ହେବେ ବୋଲି ସୂଚନା ରହିଛି। ବ୍ୟୁରୋ ରିପୋର୍ଟ୍ ସନଷ୍ଟାର୍ ଟିଭି