ପୁଣି ଆସୁଛି ବାତ୍ୟା । ଭୟରେ ଓଡିଶାବାସୀ। ଗୋଟେ ବାତ୍ୟା ଯାଉ ପୁଣି ଆଉ ଏକ ବାତ୍ୟା । ସତରେ କଣ ଏ ବାତ୍ୟା ଓଡିଶାକୁ କ୍ଷତି ପହଁଚାଇବ। 24ରେ ଡିପ୍ ଡିପ୍ରେସନର ରୂପ ନେବ ବାତ୍ୟା ଫେଙ୍ଗାଲ୍। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବାତ୍ୟା । ଏହାକୁ ନେଇ ପାଣିପାଗ ବିଭାଗର ଓଡିଶାକୁ ସତର୍କ ସୂଚନା । ଭାରତୀୟ ପାଣିପାଗ ବିଭାଗର ଜିଏଫଏସ ମଡେଲର ଆକଳନ ଅନୁସାରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହୋଇପାରେ । ଯାହାକୁ ନେଇ ବଡ ଅପଡେଟ୍ ପାଣିପାଗ ବିଭାଗର । ପରେ ଏହା ଉତ୍ତର – ପଶ୍ଚିମ ଦିଗକୁ ଗତି କରିବ। 27ତାରିଖରେ ଓଡିଶା ଉପକୂଳ ଅତିକ୍ରମ କରିବ ବାତ୍ୟା ଫେଙ୍ଗାଲ। ଏପଟେ NCEP , GFS ମଡେଲ କହୁଛି ଆସନ୍ତା 25 ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପନେବ। ଅନ୍ୟପଟେ ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍। ବର୍ତମାନ ରାଜ୍ୟରେ ଧାନକଟା ଆରମ୍ଭ ହୋଇସାରିଥିବବେଳେ ପୁଣି ଚାଷୀଙ୍କ ଚିନ୍ତା ବଢାଇଲାଣି ବାତ୍ୟା। ଆଇଏମଡିର ପୂର୍ବାନୁମାନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସାମୁଦ୍ରିକ ଝଡରେ ପରିଣତ ହୋଇପାରେ। ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣିବଳୟ ସୃଷ୍ଟି ହେବାପରେ ତାହା ପରେ ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ରହିଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହା ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଛୁଇଁପାରେ । 27ରୁ 29 ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ପୂର୍ବାନୁମାନ କରାଯାଇନାହିଁ।