ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଫିଲ୍ମ ଅଭିନେତ୍ରୀ କିର୍ତି ସୁରେଶ। ଦୀର୍ଘ ଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କିର୍ତି। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କିର୍ତି। 15 ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ଉଭୟେ ନିଷ୍ପତ୍ତି ନେଇଛନ୍ତି। ଆଣ୍ଟୋନି ଦୁବାଇରେ ଜଣେ ବ୍ୟବସାୟୀ । କିର୍ତିଙ୍କ ନାମକୁ ବହୁ ସିନେମା ଜଗତର ହିରୋ ମାନଙ୍କ ସହ ମଧ୍ୟ ଯୋଡାଯାଉଥିଲା ହେଲେ ଅଭିନେତ୍ରୀ କିର୍ତି ଏହି କଥାକୁ ପ୍ରତ୍ୟାଖାନ କରିଛନ୍ତି। ଏବଂ କହିଛନ୍ତି ଏହି କଥାରେ କୈାଣସି ସତ୍ୟତା ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ।ତେବେ କିଛି ଦିନ ପୂର୍ବରୁ କିର୍ତିଙ୍କ ନାମ ସଙ୍ଗୀତଜ୍ଞ ଅନୁରୁଦ୍ଧ ରବି ଚାନ୍ଦଙ୍କ ସହ ଜଡିତ ଥିଲା , ହେଲେ ଏହି କଥାକୁ ଅଭିନେତ୍ରୀ କିର୍ତିଙ୍କ ବାପା ସୁରେଶ କୁମାର ଆଡେଇ ଦେଇଛନ୍ତି। ତେବେ ଅଭିନେତ୍ରୀ କିର୍ତି ଡିସେମ୍ବର 11 କିମ୍ବା 12ରେ ବିବାହ କରିପାରନ୍ତି ବୋଲି ଚର୍ଚା ଜୋର ଧରିଛି। ଏହି ବିବାହରେ ବହୁ ନାମିଦାମୀ କଳାକାରମାନେ ଯୋଗଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। କିନ୍ତୁ ଏବେ ପର୍ଯ୍ୟନ୍ତ କିର୍ତି ବିବାହ କରିବାକୁ ନେଇ କୈାଣସି ଅଫିସିଆଲ ଖବର ଦେଇନାହାନ୍ତି। କିର୍ତି ସବୁବେଳେ ନିଜର କପଲ ସମ୍ପର୍କକୁ ପ୍ରାଇଭେଟରେ ରଖିବାକୁ ପସନ୍ଦ କରନ୍ତି। ତେବେ ଏ ବିବାହକୁ ଖୁବଶୀଘ୍ର ଅଭିନେତ୍ରୀ କିର୍ତି ସୁରେଶ ଅଫିସିଆଲ ଅପଡେଟ୍ ଦେବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।