ଗତ ୧୫ ନଭେମ୍ବରରେ ସହିଦ୍ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ କରିଥିଲେ ରାଜ୍ୟ ସରକାର। ଯାହାକୁ ନେଇ ବିରୋଧୀ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ ଡ଼ାକି ୨୪ ବର୍ଷରେ ନବୀନ ସରକାର ଆଦିବାସୀଙ୍କ ପାଇଁ କରିଥିବା କାର୍ଯ୍ୟ ବଖାଣି ଥିଲା। ବରିଷ୍ଠ ଉପସଭାପତି ଦେବୀ ମିଶ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ମସିହାରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦୁପତ୍ରରୁ GST ହ୍ରାସ ପାଇଁ ଚିଠି ଲେଖିଥିଲେ ଏବଂ ଆଦିବାସୀଙ୍କ ଭାଷା ଯଥା ହୋ , ସଉରା, ମୁଣ୍ଡାରୀ,କୁଇ ଓ ଭୁମୀଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ଯାଏ କେନ୍ଦ୍ର ସରକାର ତାହା ପୂରଣ କରିନଥିବା ଅଭିଯୋଗ ଆଣିଛନ୍ତି। ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କଟକ ବାଲିଯାତ୍ରା ଘଟଣା ମନେପକାଇ ଅଭିଯୋଗ ଆଣିଛନ୍ତି ଯେ ନିଜେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇବି ତାଙ୍କୁ ଯଥେଷ୍ଟ ସମ୍ମାନ ମିଳୁନାହିଁ।
ଉତ୍ତରେ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା କୁସୁମ ଟେଟେ ଜବାବ ଦେଇଛନ୍ତି ଯେ ବିଜେଡ଼ି ୨୪ ବର୍ଷରେ ଆଦିବାସୀଙ୍କ ପାଇଁ କିଛି କରିନାହିଁ। ମୁଁ ନିଜେ SDC Vice Chairman ଥିବା ସମୟରେ ଦେଖିଛି ଆଦିବାସୀଙ୍କ ପାଇଁ ଯାହା ଆବଶ୍ୟକତା ତାହା ବିଜୁ ଜନତା ଦଳ ପୂରଣ କରିନାହିଁ। ଅାଦିବାସୀଙ୍କ ଜମିକୁ ଶିଳ୍ପ ଓ ଅଣଆଦିବାସୀଙ୍କୁ ସହଜରେ ଦେଇଦେବାର ବାଟ କରିଥିଲା ବିଜୁ ଜନତା ଦଳ । ଏବଂ ଖୁବଶିଘ୍ର କେନ୍ଦ୍ର ସରକାର ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ଯାଉଥିବାର ସୂଚନା ଦେଇଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ।