ମନରେ ଇଚ୍ଛା ଥିଲେ ସବୁ କିଛି ସମ୍ଭବ ହେଇପାରିବ।ଆଜିର ଦୁନିଆରେ ଯୁବକ ମାନଙ୍କ ପାଇଁ ପ୍ରେରଣା ପାଲିଟିଛନ୍ତି ଜଣେ ଯୁବ ଚାଷୀ ଯେ କି ଦୀର୍ଘ ୧୭ବର୍ଷ ଆର୍ମିରେ ଚାକିରୀ କଲାପରେ।ବାହାର ରାଜ୍ୟରେ ଯୁବକ ମାନେ ନିଜେ କିପରି ନିଜ ଉଦ୍ୟମ ଓ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରୟୋଗ କରି ଚାଷ କରି ସ୍ୱାଭଲମ୍ବୀ ହେଇ ନିଜ ଗୋଡରେ ନିଜେ ଠିଆ ହେଇପାରୁଛନ୍ତି।ତତ୍ ମଧ୍ୟରେ ଧଳା ଘୁସୁରି ଫାର୍ମ କରି ସ୍ୱାଭଲମ୍ବୀ ହେବା ସହିତ ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହେଇପାରୁଛନ୍ତି।ବାହାର ରାଜ୍ୟର ଏଭଳି ଏକ ଲାଭଦାୟକ ଚାଷ ଦେଖି ସଠାରେ ବଡ ବଡ ଧଳା ଘୁଷୁରି ଫାର୍ମ ବୁଲି ଦେଖିଲା ପରେ ଓଡ଼ିଶାରେ ଏଭଲି ଫାର୍ମ କରି ଚାଷ କରିବାକୁ ମନ ବଳାଇଥିଲେ |
ଜଗତସିଂହପୁର ଜିଲ୍ଲାର କାଠୁଆପାଟଣା ଗ୍ରାମର ଆର୍ମି ବଏ ପ୍ରକାଶ ଚନ୍ଦ୍ର ସାହୁ ସେ ତାଙ୍କର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ପାଣିଗାଡିଆ କନ୍ଧାରେ ଥିବା ୧ଏକର ଜମିରେ ସରକାର ଯେଉଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗି ଯୋଜନାରେ ବ୍ୟାଙ୍କ ରୁ ଋଣ ଆଣି ଘର ତିଆରି କରି କ୍ଷେତ୍ରବାସୀ ଧଳା ଘୁଷୁରୀ ଫାର୍ମ କରି ପ୍ରଥମେ ୧୦ଗୋଟି ବିର୍ଡି ଘୁଷୁରୀ ଆଣି ଆରମ୍ଭ କରିଥିଲେ ଧଳା ଘୁଷୁରୀ ଚାଷ।ଆଜିକୁ ୨ବର୍ଷ ଧରି ଚାଷ କରି ଆସୁଛନ୍ତି ଶ୍ରୀଯୁକ୍ତ ସାହୁ ବର୍ତ୍ତମାନ ୨୦୦ରୁ ଅଧିକ ଘୁଷୁରୀ ଅଛନ୍ତି ପ୍ରତିବର୍ଷ ବେପାରି ଆସି ଧଳା ଘୁଷୁରୀ ନେଇଯାଉଛନ୍ତି ମୁଖ୍ୟତଃ ରାଜ୍ୟ ବାହାରକୁ ଓ ବିଦେଶକୁ ବିକ୍ରି ପାଇଁ ପଠାଯାଏ।ତେଣୁ ଏହା ଏକ ଲାଭଦାୟକ ଚାଷ।ଏହି ଫାର୍ମରେ ୫ଜଣକୁ ମଧ୍ୟ କାମରି ନିଜ ପରିବାର ପ୍ରତିପେଷଣ କରିପାରୁଛନ୍ତି।ସକାଳ ହେଳେ ଏଭଳି ଲାଭଦାୟକ ଚାଷ ଦେଖିବାକୁ ଶ୍ରୀଯୁକ୍ତ ସାହୁଙ୍କ ଫାର୍ମରେ ଅଞ୍ଚଳର ଯୁବକମାନେ ବୁଲି ଦେଖୁଛନ୍ତି। ଏନେଇ ସବୁ ଯୁବକମାନଙ୍କୁ ଶ୍ରୀଯୁକ୍ତ ସାହୁ କହୁଛନ୍ତି କି ସମସ୍ତେ ଚାକିରୀ ପଛରେ ନଗୋଡାଇ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଏବଂ ମୁଁ ଆପଣକୁ ସହଯୋଗ କରିବା ସହିତ କିପରି ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଇ ଦେବି କଥା କହିଛନ୍ତି ଶ୍ରୀଯୁକ୍ତ ସାହୁ।