ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ | କିଛି ସମୟ ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହେଇଛି | ତାଙ୍କର ସ୍ୱାସ୍ଥ୍ୟ କିଛି ଦିନ ହେବ ଖରାପ ଥିବାରୁ ସେ ଦୀର୍ଘଦିନ ହେବ ହସ୍ପିଟାଲ ରେ ଚିକତ୍ସାଧୀନ ଅବସ୍ଥାରେ ଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା |
କଟକର ଘରୋଇ ହସ୍ପିଟାଲରେ ତାଙ୍କର ଟ୍ରିଟମେଣ୍ଟ ହେଉଥିଲା |ଗତ ଶୁକ୍ରବାର ତାଙ୍କୁ ମେଡିକାଲରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ | ଘରୋଇ ଡାକ୍ତର ଖାନାରେ ଟ୍ରିଟମେଣ୍ଟ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡା ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପଚାରି ବୁଝିଥିଲେ |