ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁରୁ ପଞ୍ଚାୟତ ଓର୍ନାଳ ଗ୍ରାମର ଝିଅ ଓଡିଶା ପ୍ରଶାସନିକ ଅଧିକାରୀ ପାଇଁ ସିଲେକ୍ସନ ହୋଇଛନ୍ତି।ଖବର ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କର ୧୬୭ ରିଆଙ୍କ ରହିଛି । ତାଙ୍କର ପିତା ସଚ୍ଚିଦାନନ୍ଦ ଲେଙ୍କା ଓ ମା ନେତ୍ରମଣି ବିଶ୍ଵାଳ ।ଶ୍ରୀମତୀ ଲେଙ୍କା ପ୍ରାଥମିକ ଶିକ୍ଷା ନିଜ ଗାଁ ସରକାରୀ ବିଦ୍ୟାଳୟ ରୁ ପାଠପଢ଼ା ଆରମ୍ଭ କରିଥିଲେ ।ପରିବାର ଦୁଃଖ ଦୁର୍ଦଶାରେ ଥିଲା ବେଳେ ତାଙ୍କ ନିଷ୍ଠା ଆଜି ତାଙ୍କୁ ଜଣେ ପ୍ରଶାସନିକ ଅଧିକାରୀ କରି ପାରିଛି । ଏରସମା ବାଳିକା ଉଚ୍ଚବିଦ୍ୟାଳୟରେ ମାଟ୍ରିକ,ଜଗତସିଂହପୁର ଏସ ଭି ଏମ୍ ମହା ବିଦ୍ୟାଳୟରେ ଯୁକ୍ତ ଦୁଇ,ଯୁକ୍ତ ତିନି ଓ ଉତ୍କଳ ଇନିଭର ସିଟି ବାଣୀବିହାରରେ ଜୁଏଲେଜି ଅନର୍ସରେ ପିଜି କଲାପରେ ପ୍ରୟାସ କରି ରଶ୍ମିତା ଲେଙ୍କା ଓଡିଶା ପ୍ରଶାସନିକ ଅଧିକାରୀ ପାଇଁ ସିଲେକ୍ସନ ହୋଇଛନ୍ତି ।ସେ ଛାତ୍ର ଜୀବନ ରୁ ଜଣେ ମେଧାବୀ ଛାତ୍ର ଥିଲେ ।ଶ୍ରୀମତୀ ଲେଙ୍କା କୁହନ୍ତି ଆଜି ଏ ସଫଳତାର ଶ୍ରେୟ ଭଗବାନ ଓ ବାପା, ମାଙ୍କୁ ଦେବେ । ଆଜି କୃଷ୍ଣଚନ୍ଦ୍ରପୁରୁ ପଞ୍ଚାୟତ ଓର୍ନାଳ ଗ୍ରାମ ବାସୀମାନଙ୍କ ତରଫରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ଉତ୍ସବରେ ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା,ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, କୃଷ୍ଣଚନ୍ଦ୍ରପୁରୁ ସରପଞ୍ଚ ସୋନ୍ନପ୍ରଭା ଦଳାଇ ,ଏରସମା ପଞ୍ଚାୟତ ସରପଞ୍ଚ ସଚ୍ଚିଦାନନ୍ଦ ଦାସ, କୃଷ୍ଣଚନ୍ଦ୍ର ପୁରୁ ପଞ୍ଚାୟତ ପୃବତନ ସରପଞ୍ଚ ବଲ୍ଲବାନନ୍ଦ ସ୍ୱ।ଇଁ , ଶିକ୍ଷାବିତ ଲୋକନାଥ ମହାନ୍ତି, ମକରଧ୍ବଜ ଆଇଟିଆଇ ଅଧ୍ୟକ୍ଷ ରବିନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶ୍ରମତୀ ଲେଙ୍କାଙ୍କୁ ସମ୍ବର୍ଦ୍ଧନା କରିବା ସହିତ ତାଙ୍କ ଭବିଷ୍ୟତରେ ଉତ୍ତୋରତ୍ତର କାମନା କରିଥିଲେ । ଓର୍ନାଳ ଗ୍ରାମର ବିଜୟ କୁମାର ନାୟକ,ଅଧିର କୁମାର ଭଟ୍ଟ,ସୈlଭାଗ୍ୟ କୁମାର ସ୍ୱାଇଁ,ଶଶି ଭୂଷଣ ସ୍ୱlଇଁଙ୍କ ସମେତ ଓର୍ନାଳ ଗ୍ରାମବାସୀମାନେ ଗ୍ରାମର ଝିଅ ରଶ୍ମିତା ଲେଙ୍କାଙ୍କୁ ସମ୍ବର୍ଦ୍ଧନା କରିଥିଲେ।