ସରିଲା କାର୍ତ୍ତିକ ପଶିଲା ମାର୍ଗଶିର । ଗତକାଲି ସଂକ୍ରାନ୍ତି ଥିବାରୁ ଆଜି ଜମୁଛି ଆସର । ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା । ଆଜିର ଦିନକୁ ଅନେଇ ବସିଥିଲେ ଲୋକେ । ସେଥିପାଇଁ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଲାଗିଛି । କାରଣ ଆଜି ହେଉଛି ଛାଡଖାଇ । ବିଭିନ୍ନ ପ୍ରକାର ମାଛ, ଚିଙ୍ଗୁଡି, କଙ୍କଡ଼ା, ମଟନ ଓ ଚିକେନରେ ଭରି ରହିଛି ଆମିଷ ବଜାର । ଚାଲନ୍ତୁ ଦେଖିବା ଏହି ରିପୋର୍ଟ…
ଆଜି ରବିବାର, ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିବା ସ୍ବଭାବିକ । ସେପଟେ ଛାଡଖାଇ, ଏନେଇ ଲୋକମାନେ ନିଜ ପସନ୍ଦ ମୁତାବକ ଆମିଷ ବୋହି ନେଉଛନ୍ତି ଘରକୁ । ତେବେ ପ୍ରତିଦିନ ତୁଳନାରେ ଆଜି ଅଧିକ ମାଛ ମାର୍କେଟରେ ମହଜୁଦ ଅଛି । ଏହାସହ ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଈଲିସି -୧୦୦୦/୧୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିଙ୍ଗୁଡ଼ି -୫୦୦ ରୁ ୭୦୦, ଆଉ ପାମ୍ପଲେଟ -୭୦୦ରୁ ୧୦୦୦, କଙ୍କଡା -୬୫୦ ପୋହଳା ୪୦୦ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦରରେ ରେକର୍ଡ ପାର କରିଯାଇଛି । ସେହିପରି ଚାନ୍ଦି ୧୨୦୦ରୁ ୧୪୦୦ ଟଙ୍କା କେଜିରେ ବିକ୍ରି ହେଉଛି ।
ତେବେ ଖାଲି ମାଛ କାହିଁକି ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୩୦ରୁ ୨୫୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୮୦୦ରୁ ୮୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।
ସାଧାରଣ ଦିନଠାରୁ ଅଧିକ ମୂଲ୍ୟରେ ମାଛ ଓ ମାଂସ ବିକ୍ରି ହେଉ ଥିବାବେଳେ ଲୋକେ ଆମିଷ କିଣିବାକୁ ପଛାଉ ନାହାନ୍ତି । ଛାଡଖାଇ ପାଇଁ ଦର ଦାମ୍ କୁ ଖାତିର ନକରି ଆମିଷ କିଣୁଛନ୍ତି ଲୋକେ । ବ୍ୟୁରୋ ରିପୋର୍ଟ ସନଷ୍ଟାର ଟିଭି ।