ଶିମିଳିପାଳକୁ ଆସିଲା ଦ୍ୱିତୀୟ ବାଘୁଣୀ ପ୍ରଥମ ବାଘୁଣୀ ଯମୂନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡ଼ାଯିବ ପରେ ଆଜି ମହାରାଷ୍ଟ୍ର ତାଡବା ଅନ୍ଧେରୀ ଟାଇଗର ରିଜର୍ଭରୁ ଆସି ମୟୁରଭଞ୍ଜ ପହଞ୍ଚି ସରିଛି ଆଉ ଏକ ବାଘୁଣୀ |ଆଉ କିଛି ସମୟ ମଧ୍ୟରେ ସେ ଶିମିଳିପାଳକୁ ପ୍ରବେଶ କରିବା ୨୦୨୩ ବାଘ ଗଣନା ଅନୁସାରେ ଶିମିଳିପାଳକୁ ପ୍ରବେଶ କରିବ| ୨୦୨୩ ବାଘ ଗଣନା ଅନୁସାରେ ଶିମିଳିପାଳ ବାଘ ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି | ୩୯ ଟି ବାଘ ଥିବା ବେକେ ୫୦ ପ୍ରତିଶତ କଳା ବାଘ ରହିଛନ୍ତି |
ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା | ତିନି ମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷଣ ଏନଟିସିଏକୁ ଆବେଦନ କରିଥିଲେ | ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଥିଲେ | ଏହାପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ମୟୁରଭଞ୍ଜରୁ ମହାରାଷ୍ଟ୍ର ଯାଇଥିଲେ | ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା