SunstarTV
ମାଟ୍ରିକ୍ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ବଡ଼ ସୂଚନା । ଆସନ୍ତା ଫେବୃଆରୀ ୨୧ ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପାଇଁ ଆସନ୍ତା ଫେବୃୟାରୀ ୨୧ରୁ ପରିକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ସୂଚନାମୁତାବକ ଫେବୃୟାରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା । ପ୍ରଥମ ଦିନ ଅର୍ଥାତ ୨୧ ରେ ମାତୃଭାଷା ଓଡ଼ିଆ ରହିଥିବା ବେଳେ ୨୪ ରେ ଦ୍ୱିତୀୟ ଭାଷା ଇଂରାଜୀ , ୨୭ ତାରିଖରେ ଗଣିତ , ମାର୍ଚ୍ଚ ୧ ରେ ସାଧାରଣ ବିଜ୍ଞାନ , ମାର୍ଚ୍ଚ ୩ ସାମାଜିକ ବିଜ୍ଞାନ , ମାର୍ଚ୍ଚ ୬ ରେ ତୃତୀୟ ଭାଷା ହିନ୍ଦୀ କିମ୍ବା ସଂସ୍କୃତ ରହିଛି । ପରୀକ୍ଷା ସକାଳ ୯ ରୁ ଆରମ୍ଭ ହୋଇ ୧୧.୩୦ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ । ଅର୍ଥାତ ୧୧.୩୦ ପରିବର୍ତ୍ତେ ୧୧.୪୫ ରେ ଶେଷ ହେବ ଗଣିତ ପରୀକ୍ଷା। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନ ପତ୍ରରେ ହେବା ନେଇ ସୂଚନା ଦେଇଛି ବୋର୍ଡ ।