୪୩୨ କୁ ବୃଦ୍ଧି ପାଇଛି ଏକ୍ୟୁଆଇ । ଯାହାକୁ ନେଇ ଦିଲ୍ଳୀବାସୀଙ୍କ ଚିନ୍ତା ବଢ଼ିଛି । ତେବେ ଗତକାଲିଠାରୁ ସାମାନ୍ୟ କମ୍ ରହିଛି ପ୍ରଦୂଷଣ । ଗତକାଲି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୨ ରହିଥିଲା ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୬.୩୦ ସୁଦ୍ଧା ଦୃଶ୍ୟମାନ୍ୟତା ୫୦୦ ମିଟର୍କୁ ଖସିଛି । ଦୃଶ୍ୟମାନତା ହ୍ରାସ ଘଟିବା ହେତୁ ବିମାନ ଉଡ଼ାଣ ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।
ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଦିଲ୍ଳୀରୁ ଉଡ଼ାଣ ଭରିବାକୁ ଥିବା ବିମାନଗୁଡ଼ିକରେ ସମ୍ଭାବ୍ୟ ବିଳମ୍ବ କିମ୍ବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି।
ସେପଟେ ସରକାର ଏନେଇ ଦାୟିତ୍ବହୀନତା ଦେଖାଉଥିବା କହିଛନ୍ତି ବିରୋଧି । 10 ବର୍ଷ ଭିତରେ ଦିଲ୍ଲୀ ସରକାର ପ୍ରଦୂଷଣ ନେଇ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ରାଜଧାନୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ଦିଲ୍ଲୀର ଏକ୍ବିଆଇ ୪୫୦ରୁ ଅଧିକ ରେକର୍ଡ ହୋଇଛି। ଅନ୍ୟପଟେ ବିଜେପି ସାଂସଦ ବାଂଶୁରୀ ସ୍ବରାଜ ଏନେଇ ଦିଲ୍ଲୀ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ଧୂଆଁର ବିଷ ବଳୟରେ ରହିଛି । ଯାହାର ପୁରା ଶ୍ରେୟ ଆମ ଆଦମି ପାର୍ଟିର ନିକମାପଣକୁ ଯାଉଛି ।
ରୋହିଣୀ, ବିବେକ ବିହାର, ଅଶୋକ ବିହାର, ବୱନା, ଦ୍ବାରକା, ଜାହାଙ୍ଗିରପୁର, ମୁଣ୍ଡକା, ଲଜପତ ନଗର, ନଜଫାଗଡ଼, ପଞ୍ଜାବୀ ବାଗ୍, ଆରକେ ପୁରମ୍, ବିବେକ ବିହାର, ୱାଜିରପୁର ଆଦି ଅଞ୍ଚଳରେ ବାୟୁ ଅବସ୍ଥା ଅତି ଖରାପ ବର୍ଗରେ ରହିଛି।