ଖଡ଼ିଆଳର ଜଣାଶୁଣା ବ୍ୟକ୍ତି ଡାକ୍ତର ଅନ୍ନଦା ଶଙ୍କର ଦାସ। ବୃତ୍ତି ଡାକ୍ତରୀ ନିଶା କିନ୍ତୁ ସମାଜ ସେବା। କରୋନା ସମୟରେ କରୋନା ରୋଗୀଙ୍କ ସେବା, ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର କରି ସେ ଚର୍ଚ୍ଚିତ ହୋଇଥିଲେ। କୌଣସି ବ୍ୟକ୍ତି ଅସୁବିଧାରେ ଥିବା ଖବର ଜାଣିଲେ ସେ ତୁରନ୍ତ ସହଯୋଗ କରିବାକୁ ପହଞ୍ଚି ଯାଆନ୍ତି। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନା ବେଡା ଗ୍ରାମର ବୃଦ୍ଧ ଭାଇ ଭଉଣୀ ଟିକେରାମ ବେହେରା ଓ ପଦ୍ମାବତୀ ବେହେରା ଅସହାୟ ଭାବରେ ଜୀବନ ଜିଉଁଥିବା ଖବର ପ୍ରସାରଣ ପରେ ଡାକ୍ତର ଅନ୍ନଦା ଶଙ୍କର ଦାସ ସହାୟତାର ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି। ଶ୍ରୀଯୁକ୍ତ ଦାସ ତାଙ୍କ ଘରକୁ ଯାଇ ଭାଇ ଭଉଣୀଙ୍କ ସ୍ବାସ୍ଥ୍ୟ ଚିକିତ୍ସା କରିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ। ଏହା ସହିତ ଦୁଇ ମାସ ଚଳିବା ପାଇଁ ରାସନ୍ ସାମଗ୍ରୀ, ବିସ୍କୁଟ ମିକଚର୍ ଓ କମ୍ବଳ ଦେବା ସହ ଆଗାମୀ ଦିନରେ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଦୁଇ ଭାଇ ଭଉଣୀ ଦିର୍ଘ ବର୍ଷ ଏକାଠି ରହିଥିବା ବେଳେ ବହୁତ୍ ଅସୁବିଧାରେ ଚଲୁଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ରୋଷେଇ କରି ଖାଇବାରେ ସମସ୍ୟା ସୃଷ୍ଟି ହେଉଛି। ସେମାନଙ୍କ ପାଇଁ