ଶୀତ ଦିନେ ଅନେକ ଫଳ ଆସିଥାଏ ଯାହା , ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏଥିରେ ଥିବା ପୃଷ୍ଟିକର ଖାଦ୍ୟ ଆପଣଙ୍କୁ ରୋଗ ରୁ ମୁକ୍ତି କରି ଥାଏ | ଏହି ଋତୁରେ କମଳା ଖାଇବା ଦ୍ୱାରା ଆପଣଙ୍କ ଚର୍ମ ବିଶେଷ ଅନେକ ରୋଗରୁ ଆପଣଙ୍କୁ ରକ୍ଷା କରିବା |
ଶୀତ ଋତୁରେ କମଳା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ | ଏହା ଆପଣଙ୍କୁ ମୌସୁମୀ ରୋଗରୁ ରକ୍ଷା କରିବ | କମଳା ରେ ଭିଟାମିନ ଏ , ଭିଟାମିନ ବି , ଭିଟାମିନ, ସି , କ୍ୟାଲସିୟମ ,ଏବଂ ପୋଟାସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ , ଯାହା ଆପଣଙ୍କୁ ଉପକାର କରିଥାଏ |
କମଳା ଖାଇବା ଦ୍ୱାରା ଓଜନ କମିବାରେ ସାହାଯ୍ୟ କରିଥାଏ | ଏହା ଭିଟାମିନ-ସି ର ଏକ ଉତ୍ତମ ଉତ୍ସା ଭାବରେ ବିବେଚନା କରାଯାଏ | ଏଥିରେ ଫାଇବରର ଗୁଣ ମଧ୍ୟ ଅଛି ଏବଂ ଏହାକୁ ଖାଇବା ଦ୍ୱାରା ଆପଣ ଭୋକିଲା ଅନୁଭବ କରିବେ ନାହିଁ | କମଳା ଦାନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ | କମଳା ରେ କ୍ୟାଲସିୟମ ପ୍ରଚୁର ପରିମାଣରେ ମିଳିଥାଏ | ଯାହା ଦାନ୍ତ ଏବଂ ହାଡ଼କୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ | ଏହାର ବ୍ୟବହାର ଆପଣଙ୍କୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ |