କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅନ୍ତର୍ଗତ ମାଳିପର୍ବତ ସୁରକ୍ଷା ସମିତିର ଚାରି ଦିନ ଧରି ଜନ ସମ୍ପର୍କ ପଦଯାତ୍ରା ଚାଲିଥିବାବେଳେ ଆଜି ସୋରିଷପଦର ପଞ୍ଚାୟତର ଡେକାପାର ଗ୍ରାମରେ ଏକବଡ଼ ଧରଣର ସଭା ଆୟୋଜନ କରାଯାଇଥିଲା l ଏହି ସଭାରେ ମୁଖ୍ୟ ଅଥିତି ଭାବେ ଲୋକ ଶକ୍ତି ଅଭିଯାନର ଆବାହକ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଜଗଦେଇ ଲୋକଙ୍କୁ କିଭଳି ସଂଗଠନ ସୁଦୃଡ଼ କରି ଏହି ପୁଞ୍ଜିପତି ଦଲାଲ କମ୍ପାନୀକୁ ହଟାଇବା ଏବଂ ଆମ ପ୍ରକୃତି ଜଳ, ଜମି,ଜଙ୍ଗଲକୁ କି ଭଳି ବଞ୍ଚାଇବା ସେ ଉପରେ ଲୋକଙ୍କୁ ଉଦ୍ଧବଦନ ଦେଇଥିଲେ l ଏବଂ ସରକାର କମ୍ପାନୀର ଟିକସ ପାଇବା ଆଶାରେ ଆମ ନିରୀହ ଆଦିବାସୀ ବସବାସ କରୁଥିବା ଜଙ୍ଗଲ କୁ ନଷ୍ଟ କରି ଖଣିଖନନ କରିବାକୁ କମ୍ପାନୀ ହାତରେ ଟେକି ଦିଆଯାଉଛି ବୋଲି ସିଦା ସରକାରଙ୍କୁ ଟାର୍ଗେଟ କରିଥିଲେ l ଏବଂ ଅନ୍ୟମାନେ କହିଥିଲେ ଯଦି ଏହି ପାହାଡ଼କୁ ଖଣି ଖନନ କରାଯାଏ ତାହାହେଲେ ଆମ ଆଦିବାସୀ ମାନଙ୍କ ଜୀବନ ଜୀବିକା ନଷ୍ଟ ହେବା ସହିତ ଆମ ପ୍ରକୃତି ନଷ୍ଟ ହୋଇଯିବ ଏବଂ କୋରାପୁଟ ଏକ ମରୁଭୂମି ପାଲଟିଯିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଦ୍ୟରୁ ମାଳି ପର୍ବତ ସଭାପତି ବିଜୟ ଖିଲ, ହାଲ ସଭାପତି ତ୍ରିଳଚନ ମୁଦୁଲି, କେଜେଏସ ଏସ, ସ ସଭାପତି ଦାସୀ ନନ୍ଦିବାଲି,ସେରୁବନ୍ଦ ସଭାପତି ଭଗବାନ ଗଲରୀ, ଦୁଇ ଜିଲ୍ଲା ପରିଷଦ ଟୀକାଇ ଗେମେଲ ଓ ମୋହନ ଯାନୀଙ୍କ ସହିତ ଅନେକ ସଂଗଠନର ସଂଗ୍ରାମୀ ନେତା ଉପସ୍ଥିତ ରହିଥିବା ବେଳେ ଚାରି ଗୋଟି ପଞ୍ଚାୟତର ସରପଞ୍ଚ ଓ ଖୁଡ଼ି, ସୋରିଷପଦାର, ପାଖୁଝୋଲା, ଦୋଳେଇଗୁଡ଼ା ପଞ୍ଚାୟତର ପ୍ରାୟ ତିନି ହଜାର ରୁ ଉର୍ଦ ଲୋକ ଜଗଦେଇଥିଲେ l ଶେଷରେ ହିଣ୍ଡାଲକୋ କମ୍ପାନୀ ପ୍ରତ୍ୟକ ଗ୍ରାମର ସ୍କଲର ପିଲାମାନଙ୍କୁ ବ୍ୟାଗ ବଣ୍ଟନ କରିଥିବାରୁ ସେହି କମ୍ପାନୀ ବ୍ୟାଗ କୁ ସଂଗ୍ରହ କରି ନିଆଁ ଲଗେଇ ଜାଳିଦେଇ କମ୍ପାନୀ ଦେଇଥିବା ବ୍ୟାଗ ଦରକାର ନାହିଁ ବୋଲି କରିଥିଲେ |