ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ସିଂଘମ ଏଗେନ ରେ ଭିଲେନ ଡ଼େଞ୍ଜର ଲଂକେଶ ଭୂମିକାରେ ନଜର ଆସିଛନ୍ତି | ଏହି ଚରିତ୍ର ପାଇଁ ଅର୍ଜୁନ ପ୍ରଂଶସଙ୍କ ଠାରୁ ପ୍ରେମ ପାଇଛନ୍ତି | ଫିଲ୍ମର ପ୍ରମୋସନ ସମୟରେ ଅଭିନେତା ଅନେକ ସାକ୍ଷାତକାର ଦେଇଥିଲେ |
ଏହି ସମୟରେ ସେ ତାଙ୍କ ଜୀବନକୁ ନେଇ କିଛି କଥା ମଧ୍ୟ ପ୍ରକାଶ କରିଥିଲେ |ଅର୍ଜୁନ କପୁର କହିଥିଲେ ଯେ ଏପରି ଏକ ସମୟ ଆସିଛି ଯେତେବେଳେ ସେ ଏକୁଟିଆ ଅନୁଭବ କରୁଛନ୍ତି | ଏହି ବାର୍ତ୍ତାଳାପରେ ଅର୍ଜୁନଙ୍କ କପୁର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିଥିଲେ ଅଭିନେତା “ହସିମଟୋ ଥାଇରୋଡା ଇଟିସ” ନାମକ ଏକ ରୋଗରେ ପୀଡିତ ଅଛନ୍ତି |