ଭିନ୍ନ ଏକ କାହାଣୀକୁ ନେଇ ପରଦାକୁ ଆସିବାକୁ ଯାଉଛି ନୂଆ ସ୍ୱାଦର ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ। ଗୁରୁବାର ସ୍ଵତନ୍ତ୍ର ଉତ୍ସବରେ ଚଳଚ୍ଚିତ୍ରର ପୋଷ୍ଟର ରଲିଜ୍ କରାଯାଇଛି। SCT,S prouduction ବ୍ୟାନରରେ ଫିଲ୍ମ ଟି ନିର୍ମିତ ହେଉଛି। କାହାଣୀର ନିର୍ଦ୍ଦେଶନା ଦେଉଛନ୍ତି,ସରୋଜ ଭୂୟାଁ। ପ୍ରଯୋଜକ ରହୁଛନ୍ତି ନିବେଦିତା ନାୟକ ଓ ମୀନା ମହାରଣା
ଫିଲ୍ମ ଟି ଆସିବା ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଛି। କାହାଣୀଟି କିପରି ହୋଇଛି, କାହିଁକି ରହିଲା ଏମିତି ନାମ, ଏନେଇ ଉତ୍କଣ୍ଠାର ସିନେପ୍ରେମୀ ଦର୍ଶକ। ଜଣେ ମନୁଷ୍ୟ ମନ ମଧ୍ୟରେ କଷ୍ଟ ଅନୁଭବ ହେଲେ ତାର ପାରିପାର୍ଶ୍ଵିକ ସ୍ଥିତି କଣ ଥାଏ ? ସମାଜର ପ୍ରତ୍ୟେକଟି ଘଟଣାବଳୀ ଓ ଏହା ସହିତ ଯୋଡ଼ି ହୋଇଥିବା ପ୍ରତିଟି ସମସ୍ୟାକୁ ନେଇ ଗତିଶୀଳ ହେଉଛି ଏହି ଚଳଚ୍ଚିତ୍ର। ବର୍ତ୍ତମାନ ସମୟରେ, ଫିଲ୍ମ ର ପ୍ରଥମ ପର୍ଯ୍ୟାୟ ସୁଟିଂ ଶେଷ ହୋଇଥିବା ବେଳେ, ଖୁବଶୀଘ୍ର ଆଗାମୀ ସିନ୍ ଗୁଡ଼ିକ ମଧ୍ୟ ଲୋକେସନ୍ ଆଧାରରେ ସୁଟିଂ କରାଯିବ। ଫିଲ୍ମକୁ ନେଇ ଭେଟେରାନ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପ୍ରତିକ୍ରିୟା କଣ ଶୁଣନ୍ତୁ।ନେଇ ଅଭିନେତା
ସବୁଠାରୁ ବଡ଼ କଥା ହେଉଛି, ଚଳଚ୍ଚିତ୍ର ଓଡ଼ିଶାର ସଂସ୍କୃତିକୁ ଆଧାର କରି ସମ୍ବଲପୁରୀ ଭାଷାରେ ରିଲିଜ୍ ହେବ। ଏଥିସହିତ ହିନ୍ଦୀ ସମେତ ଆଉ ଦୁଇଟି ଭାଷାରେ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିବ। ଭେଟେରାନ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ଅଶ୍ରୁ ମୋଚନ ମହାନ୍ତିଙ୍କ ଅଭିନୟର ଝଲକ ଦେଖିବେ ସିନେ ଫ୍ୟାନ୍ସ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ମଧୁମିତା ବାରିକ ଓ ଶ୍ରଦ୍ଧାଞ୍ଜଳି ମିଶ୍ର ଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିବ। ଅନ୍ୟପଟେ ରିଲିଜ୍ ପୂର୍ବରୁ ଫିଲ୍ମ କୁ ନେଇ ବେଶ୍ ଉତ୍ସାହିତ ପ୍ରଯୋଜନା ସଂସ୍ଥା। ଆଗାମୀ ପିଢ଼ି ପାଇଁ ଚଳଚ୍ଚିତ୍ରଟି ଶ୍ରେଷ୍ଟ ନିଦର୍ଶନର ରୂପରେଖ ହେବ ବୋଲି କହିଛନ୍ତି ପ୍ରଯୋଜକ ଓ ଅଭିନେତା।
ତେବେ ଦେଖିବାକୁ ବାକି ରହିଲା କେତେ ଉତ୍ସାହ ଭରୁଛି ଜଙ୍ଗଲ ଜଲୁଛେ । କାହାଣୀ ଓ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦର୍ଶକଙ୍କ ମଧ୍ୟରେ ଆଦୃତି ଆଣୁଛି କି ନାହିଁ।